ଓଡିଶା

odisha

ETV Bharat / state

ବାଲିପାଳ ଗାଁରେ 5ଦିନ ହୁଏ ରଜମଉଜ - raja

ସାରା ରାଜ୍ୟରେ ପବିତ୍ର ରଜ ପାଇଁ ଉତ୍ସବମୁଖର । ତେବେ ସର୍ବତ୍ର ଏହି ପର୍ବ 3ଦିନ ଧରି ପାଳନ କରାଯାଉଥିବାବେଳେ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକର ବାଲିପାଳ ଗାଁରେ କିନ୍ତୁ 5 ଦିନ ଧରି ଅତି ଧୁମଧାମର ସହ ପାଳନ କରାଯାଇଥାଏ ।

ଫଟୋ ସୌଜନ୍ୟ: ପ୍ରତିନିଧି ଆନନ୍ଦପୁର

By

Published : Jun 12, 2019, 12:55 PM IST

ଆନନ୍ଦପୁର: ରଜ ଓଡ଼ିଶାର ଏକ ପାରମ୍ପାରିକ ତଥା ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏନେଇ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକର ବାଲିପାଳ ଗାଁରେ ରଜପର୍ବ ଅତି ଜାକଜମକରେ ପାଳିତ ହୋଇଥାଏ । 15ଦିନ ପୂର୍ବରୁ ଏଥିପାଇଁ ଆରମ୍ଭ ହୋଇଥାଏ ପ୍ରସ୍ତୁତି । ପିଠାପଣା ପାଇଁ ଢିଙ୍କିକୁଟା, ଦୋଳି ପାଇଁ ପ୍ରସ୍ତୁତି ଏବଂ ଝିଅମାନଙ୍କର ରଜ ସଜବାଜ ଏବେ ଠାରୁ ଆରମ୍ଭ ହୋଇଗଲାଣି। ରଜ ପ୍ରସ୍ତୁତି ଏବେ ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଆନନ୍ଦପୁର

ବୋହୁମାନେ ଢିଙ୍କି ଶାଳରେ ଭିଡ ଜମାଇଛନ୍ତି । କିଏଢିଙ୍କି କୁଟୁଛି ତ ଅନ୍ୟ କିଏ ପିଠାପଣା ପାଇଁ ଚୂନା ଚଲାଉଛି । ରଜରେ ଆରିସା, କାକରା, ମଣ୍ଡା, ପୋଡପିଠା ଆଦି ତିଆରି ପାଇଁ ଚାଲିଛି ପ୍ରସ୍ତୁତି। ସବୁଠି ରଜ 3ଦିନ ଧରି ପାଳନ କରାଯାଉଥିବା ବେଳେ ବାଲିପାଳ ଗାଁରେ କିନ୍ତୁ ଏହା 5 ଦିନ ଧରି ପାଳନ କରାଯାଇଥାଏ । ସେନେଇ ଏବେ ଝିଅ ବୋହୂମାନଙ୍କର ରଜପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

କେବଳ ବାଲିପାଳ ନୁହେଁ, ସାରା ରାଜ୍ଯର ବିଭିନ୍ନ ସ୍ଥାନ ରଜ ପାଇଁ ସରଗରମ। ଗାଁର ଯୁବକମାନେ ବିଭିନ୍ନ ପ୍ରକାର ଦୋଳି ତିଆରି କରିବାରେ ଲାଗି ପଡିଛନ୍ତି । ଦିନକୁ ଦିନ ଲୋପ ପାଇବାକୁ ବସିଥିବା ପରମ୍ପରାକୁ ଉଜ୍ଜିବିତ କରି ରଖିବାକୁ ଉଦ୍ୟମ କରୁଛନ୍ତି ଯୁବଗୋଷ୍ଠୀ। ଆଧୁନିକତାର ଜାକଜମକରେ ହଜିଯିବାକୁ ବସିଥିବା ଏହି ଗଣପର୍ବ ଗ୍ରାମାଞ୍ଚଳରେ ଆଜିବି ବଞ୍ଚିରହିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details