ଓଡିଶା

odisha

ETV Bharat / state

ଆଜି ବି ବଞ୍ଚିଛି ପରମ୍ପରା, ପିଠାରେ ମହକୁଛି ବାଲିପାଳ ଗାଁ

ରଜ ପର୍ବରେ ପିଠାପଣାର ରହିଛି ସ୍ବତନ୍ତ୍ର ମହତ୍ତ୍ବ । 15ଦିନ ପୂର୍ବରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ଆଉ ଏହି ପର୍ବରେ ପୋଡପିଠାରେ ରହିଛି ସ୍ବାତନ୍ତ୍ରତା । ଆସନ୍ତୁ ଦେଖିବା ବାଲିପାଳ ଗାଁରୁ ଏକ ରିପୋର୍ଟ ...

By

Published : Jun 16, 2019, 3:55 PM IST

ଫଟୋ ସୌଜନ୍ୟ : ପ୍ରତିନିଧି,ଆନନ୍ଦପୁର

ଆନନ୍ଦପୁର: ଆଜି ଶେଷ ରଜ ବା ଭୂମି ଦହନ । 2 ଦିନ ଅତି ଆନନ୍ଦରେ ରଜ ପାଳନ କରିବା ପରେ ଆଜି ମଧ୍ୟ ମଉଜ ମଜଲିସରେ କଟୁଛି ଦିନ । ଘରେ ଘରେ ରଜପାଇଁ ପିଠା ତିଆରି ହେଉଛି । ପାରମ୍ପରିକ ଶୈଳୀରେ ଚୂଲୀ ନିକଟରେ ବସି ଗାଁ ବୋହୁମାନେ କାକରା,ମଣ୍ଡା ଆଦି ଛାଣିବାରେ ବ୍ୟସ୍ତ । ଏ ହେଉଛି କେନ୍ଦୁଝର ଘସିପୁରା ବ୍ଲକର ବାଲିପାଳ ଗାଁ । 15ଦିନ ପୂର୍ବରୁ ରଜ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ଢିଙ୍କିରେ ଚୂନା କୁଟି ବୋହୁମାନେ ପିଠାପଣା ତିଆରିରେ ଲାଗି ପଡନ୍ତି ।

ଭିିଡିଓ ସୌଜନ୍ୟ : ପ୍ରତିନିଧି,ଆନନ୍ଦପୁର

ରଜ 3ଦିନ ଝିଅବୋହୂମାନେ ନୂଆଲୁଗା ପିନ୍ଧି,ପିଠାପଣା ଖାଇ ଦୋଳିଖେଳର ଆନନ୍ଦ ନେଇଥାନ୍ତି । ଏହାସହ ଘରକୁ ଆସିଥିବା ଅତିଥିମାନଙ୍କୁ ବିଭିନ୍ନ ପ୍ରକାର ସୁସ୍ବାଦୁ ପିଠା ଖୁଆଇବାର ମଜା କିଛି ଅଲଗା । ଆଧୁନିକତାର ଚାକଚକ୍ୟରେ ଲୋକମାନେ ପରମ୍ପରା ଓ ସଭ୍ୟତା ଭୁଲିଯିବାକୁ ବସିଥିବା ବେଳେ,ବାଲିପାଳବାସୀ ଏବେବି ପାରମ୍ପରିକ ପିଠାପଣା ତିଆରି କରୁଛନ୍ତି । ଯାହା ଗାଁକୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ ।

ଆଉ ଭବିଷ୍ୟତରେ ମଧ୍ୟ ଗାଁରେ ଏହି ପରମ୍ପରା ବଜାୟ ରହିବା ସହ ଭାଇଚାରା ଅତୁଟ ରହିବ ବୋଲି ଗ୍ରାମବାସୀଙ୍କ ବିଶ୍ବାସ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ,ଇଟିଭି ଭାରତ

ABOUT THE AUTHOR

...view details