ଓଡିଶା

odisha

ETV Bharat / state

ଛତୁ ଓ ଗୋ-ଚାଷ କରି ଆତ୍ମନିର୍ଭରଶୀଳ ପୁଷ୍ପଲତା, ସମାଜରେ ମିଳିଛି ସ୍ବତନ୍ତ୍ର ପରିଚୟ - କେନ୍ଦୁଝର ଖବର

ଆକାଶରେ ପ୍ଲେନ ଚଲାଇବା ହେଉ ବା ମାଟିରେ ଚାଷ କରିବା ସବୁଠି ମହିଳା ଦେଖାଇଛନ୍ତି ନିଜର ପାରଦର୍ଶିତା । ଆଉ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ ସହ ସାଜିଛନ୍ତି ପ୍ରେରଣାର ଉତ୍ସ । ସେମିତି ଆଉ ଜଣେ ସଫଳ ମହିଳା ହେଉଛନ୍ତି କେନ୍ଦୁଝରର ପୁଷ୍ପଲତା ନାୟକ । ଯେ କି 10 ବର୍ଷ ହେବ ଗୋ ଚାଷ କରି ଜଣେ ସଫଳ ଗୋ ଚାଷୀ ଓ ଛତୁ ଚାଷୀ ହେବା ସହ ସ୍ବାବଲମ୍ବୀ ହୋଇପାରିଛନ୍ତି । ଅଧିକ ପଢନ୍ତୁ...

ଛତୁ ଓ ଗୋ ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି ପୁଷ୍ପଲତା
ଛତୁ ଓ ଗୋ ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି ପୁଷ୍ପଲତା

By

Published : Jun 25, 2021, 1:59 PM IST

ଆନନ୍ଦପୁର: କେନ୍ଦୁଝର ଅଳତି ପଞ୍ଚାୟତର ପଦନପୁର ଗ୍ରାମର ପୁଷ୍ପଲତା ନାୟକ । ଛତୁ ଓ ଗୋ ଚାଷ କରି ସେ ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି । ତାଙ୍କ ସ୍ବାମୀ ବନମାଳୀ ନାୟକ ଶ୍ରମିକ ଭାବେ କେନ୍ଦୁଝର ପଳାଶପଙ୍ଗା ଖଣି ଅଞ୍ଚଳରେ କାମ କରୁଥିଲେ, 2012ମସିହାରେ କମ୍ପାନୀ ବନ୍ଦ ହୋଇଯିବାରୁ ଘରେ ବସି ରହିଲେ । କିନ୍ତୁ ପୁଷ୍ପଲତା ନିଜ ଉଦ୍ୟମରେ ପ୍ରଥମେ ଗୋଟିଏ ଗାଇ ରଖି ଦୁଗ୍ଧ ବିକ୍ରି କରିବା ସହ ସେଥିରୁ ଭଲ ଦିପଇସା ରୋଜଗାର କରି ପରିବାର ପୋଷଣ କଲେ । ଧିରେ ଧିରେ ଗୋଟିଏ ଗାଇରୁ ସଂଖ୍ୟା ବଢି ୧୦ ରୁ ଉର୍ଦ୍ଧ୍ବ ହେଲାଣି । ପ୍ରତ୍ୟେକ ଦିନ 20 ରୁ 30 ଲିଟର ଦୁଗ୍ଧ ବିକ୍ରି କରିବା ସହ ସ୍ଥାନିୟ ଓମଫେଡକୁ ମଧ୍ୟ ଦୁଗ୍ଧ ବିକ୍ରି କରି ସେଥିରୁ ଦିପଇସା ରୋଜଗାର କରିପାରୁଛନ୍ତି ସେ ।

ଛତୁ ଓ ଗୋ-ଚାଷ କରି ଆତ୍ମନିର୍ଭରଶୀଳ ପୁଷ୍ପଲତା, ସମାଜରେ ମିଳିଛି ସ୍ବତନ୍ତ୍ର ପରିଚୟ

ଏବେ ଆଉ ପାଦେ ଆଗେଇ ସ୍ବାମୀ ବନମାଳୀଙ୍କ ସହଯୋଗରେ ନିଜ ଘର ଅଗଣାରେ ପାଳଛତୁ ସଫଳତାର ସହ ଚାଷ କରି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ପ୍ରଥମ ପର୍ଯ୍ୟାୟରେ 2 ଶହ ବେଡ ପ୍ରସ୍ତୁତ କରିଥିଲେ ମଧ୍ୟ ପର୍ଯ୍ୟାୟ କ୍ରମେ ସେଥିରୁ ଛତୁ ଉତ୍ପାଦନ ଆରମ୍ଭ ହେଲାଣୀ,ଦିନକୁ ୫ ରୁ ୧୦ କେଜି ଛତୁ ବିକ୍ରି ଉପଯୋଗି ହୋଇ ପାରୁଥିବା ବେଳେ ଆଗାମୀ ଦିନରେ 4 ଶହ ଭାଡି ମାରିବା ସହ ନଡା ଓ ମଞ୍ଜି ସଂଗ୍ରହ କରିସାରିଲେଣି । ଏବେ କୋରୋନା କଟକଣା ପାଇଁ ଲକଡାଉନ ସଟଡାଉନ ଥିବା ସତ୍ତ୍ବେ ଘର ପାଖକୁ ଆସି ଲୋକେ କିଲୋ ପ୍ରତି 180 ରୁ 200 ଟଙ୍କା ଦରରେ ଛତୁ କିଣି ନେଉଛନ୍ତି ।

ଛତୁ ଚାଷ ପାଇଁ ପୁଷ୍ପଲତା କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥାରୁ ବିନା ତାଲିମରେ ଏତେ ବାଟ ଆଗେଇଛନ୍ତି । କେବଳ ୟୁଟୁବ୍ ଓ ସୋସିଆଲ ମିଡିଆରୁ ଆନୁସାଙ୍ଗିକ ସାଜସରଞ୍ଜାମ ଏବଂ ଜ୍ଞାନ କୌଶଳ ଆହରଣ କରି ନିଜ ଉଦ୍ୟମ ଏବଂ ସ୍ବାମୀଙ୍କ ସହଯୋଗରେ ଜଣେ ସଫଳ ମହିଳା ଚାଷୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ସରକାରଙ୍କ ପଶୁସମ୍ପଦ ଏବଂ ଉଦ୍ୟାନ ବିଭାଗ ତରଫରୁ ପୁଷ୍ପଲତାକୁ ଆବଶ୍ୟକ ତାଲିମ ପ୍ରଦାନ ସହ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଲେ ସେ ନିଜକୁ ଜଣେ ସଫଳ ମହିଳା ଚାଷି ଭାବେ ପ୍ରତିପାଦନ କରିପାରନ୍ତେ ବୋଲି କହିଛନ୍ତି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details