ଓଡିଶା

odisha

ETV Bharat / state

ଦିବ୍ୟାଙ୍ଗଙ୍କ ପ୍ରେରଣା, ଟ୍ରାଇ ସାଇକେଲରେ ବେପାର କରି ପରିବାର ପୋଷୁଛନ୍ତି ହୃଷିକେଶ - dibyanga hrusikesh

ରାତିପାହିଲେ ସମସ୍ତଙ୍କ ଆବଶ୍ୟକତା ମେଣ୍ଟାଇବାକୁ ଟ୍ରାଇ ସାଇକେଲରେ ଆରମ୍ଭ ହୁଏ ହୃଷିକେଶଙ୍କ ଯାତ୍ରା । ଆଉ ତାଙ୍କ ସ୍ନେହବୋଳା ଡାକ ସମସ୍ତଙ୍କୁ ଟାଣି ଆଣେ ତାଙ୍କ ପାଖକୁ । ହେଲେ ସମସ୍ତଙ୍କୁ ଆପଣାର କରିପାରୁଥିବା ଏହି ମଣିଷଟିର ଜୀବନ ଯାତ୍ରା ଏତେ ସହଜ ନୁହେଁ । ଅଧିକ ଖବର ପଢନ୍ତୁ...

dibyanga hrusikesh
ଦିବ୍ୟାଙ୍ଗଙ୍କ ପ୍ରେରଣା:ଟ୍ରାଇ ସାଇକେଲରେ ପରିବାର ପୋଷୁଛନ୍ତି ହୃଷିକେଶ

By

Published : Dec 4, 2019, 12:02 AM IST

ଆନନ୍ଦପୁର: ଆଜି (ମଙ୍ଗଳବାର) ହେଉଛି ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ । ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ ହେଉଛି । ହେଲେ ଆଜି ଆମେ ଏମିତି ଜଣେ ଦିବ୍ୟାଙ୍ଗଙ୍କ କଥା କହିବୁ ଯିଏ ସରକାରୀ ସାହାଯ୍ୟକୁ ନଅନାଇ ସଙ୍ଘର୍ଷ କରି ଚାଲିଛନ୍ତି । ଆଉ ତାଙ୍କ ପାଖରେ ଫେଲ ମାରିଛି ଦଇବର ବିଡମ୍ବନା । ଜୀବନ ଖେଳରେ ନହାରି ସେ ସଙ୍ଘର୍ଷ କରିଚାଲିଛନ୍ତି ।

ଦିବ୍ୟାଙ୍ଗଙ୍କ ପ୍ରେରଣା:ଟ୍ରାଇ ସାଇକେଲରେ ପରିବାର ପୋଷୁଛନ୍ତି ହୃଷିକେଶ

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ନାରଙ୍ଗପୁର ଗ୍ରାମର ହୃଷିକେଶ ସାହୁ। ବୟସ ୬୭ବର୍ଷ । ଆଜକୁ ୨୭ ବର୍ଷ ତଳେ ସେ ଗାଡ଼ି ଡ୍ରାଇଭର ଭାବେ କାମ କରି ପରିବାର ପୋଷଣ କରୁଥିଲେ । ହେଲେ ଦଇବ ସହିଲା ନାହିଁ । ଗାଡ଼ି କାମ କରୁଥିବା ସମୟରେ ଖସିଯିବାରୁ ଗାଡି ତଳେ ଚାପି ହେବା ସହ ସବୁଦିନ ହରାଇଲେ ଗୋଡ ।

ଆରୋଗ୍ୟ ପାଇଁ ହୃଷିକେଶ 2 ବର୍ଷ ମେଡିକାଲରେ ଚିକିତ୍ସିତ ହେଲେ ସତ କିନ୍ତୁ ସବୁଦିନ ପାଇଁ ଅଚଳ ହୋଇଗଲେ। ଚିକିତ୍ସା ପାଇଁ ପାଖରେ ଥିବା ସବୁ ସମ୍ଭଳ ଶେଷ ହୋଇଯିବା ପରେ ଘରେ ଚୁଲି ଜଳିବା ବି ବନ୍ଦ ହୋଇଗଲା । ଏପଟେ ବାପା ନଥିବାରୁ ଅସହାୟ ମା ଦୁଃଖ ସହିନପାରି ଟ୍ରାଇ ସାଇକେଲରେ ବେପାର ଆରମ୍ଭ କଲେ ହୃଷିକେଷ । ବିଧବା ମା, ଭଉଣୀକୁ ମିଶାଇ ହୃଷିକେଶଙ୍କ ଏକ ଅଭାବୀ ସଂସାର ।

ଯାହା ବେପାର କରି ଆଣୁଛନ୍ତି 3 ପ୍ରାଣୀ କୁଟୁମ୍ବ କଷ୍ଟେ ମଷ୍ଟେ ଚଳିଯାଉଛନ୍ତି । ହେଲେ ବିଡମ୍ବନାର ବିଷୟ ଯେ ସରକାର ୩୦୦ଟଙ୍କା ଭତ୍ତା ଦେଇ ଚୁପ ବସିଗଲେ । ହୃଷିକେଶଙ୍କୁ ଏଯାଏଁ ବି ମିଳିନି ଘରଟିଏ ? କିନ୍ତୁ ସେ କଦାପି କାହା ପାଖରେ ଆପତ୍ତି ଅଭିଯୋଗ କରିନାହାନ୍ତି । ଆଜି (ମଙ୍ଗଳବାର) ବିଶ୍ବ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିବା ସହ ମାଳମାଳ ଯୋଜନା କରୁଥିବା ବେଳେ କେନ୍ଦୁଝରର ଏହି ଦିବ୍ୟାଙ୍ଗ ହୃଷିକେଷକୁ ଭୁଲିଗଲେ ସମସ୍ତେ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details