ଓଡିଶା

odisha

By

Published : Feb 7, 2021, 5:33 PM IST

ETV Bharat / state

ବିଭିନ୍ନ ଦାବି ନେଇ ଛାତ୍ର କଂଗ୍ରେସର ପ୍ରତିବାଦ ଶୋଭାଯାତ୍ରା

ତୈଳଦର ବୃଦ୍ଧି, କୃଷି ଆଇନ, ସ୍କୁଲଓ କଲେଜ ଫି ବୃଦ୍ଧି ପ୍ରତ୍ୟାହାର ଦାବି କରି କେନ୍ଦୁଝର ଜିଲ୍ଲା ଛାତ୍ର କଂଗ୍ରେସର ବିକ୍ଷୋଭ ସହ ଶୋଭାଯାତ୍ରା । ଅଧିକ ପଢନ୍ତୁ...

ବିଭିନ୍ନ ଦାବିନେଇ ଛାତ୍ର କଂଗ୍ରେସର ପ୍ରତିବାଦ ସହ ଶୋଭାଯାତ୍ରା
ବିଭିନ୍ନ ଦାବିନେଇ ଛାତ୍ର କଂଗ୍ରେସର ପ୍ରତିବାଦ ସହ ଶୋଭାଯାତ୍ରା

କେନ୍ଦୁଝର: ଦିନକୁ ଦିନ ତୈଳଦର ବୃଦ୍ଧି ହେବାରେ ଲାଗିଛି । ଏହାକୁ ଲଗାମ ଲାଗେଇବାରେ ମୋଦି ସରକାର ବିଫଳ ହୋଇଛନ୍ତି । ଏହା ସହ ନୂତନ କୃଷି ଆଇନକୁ ଜୋର ଜବରଦସ୍ତ ଲାଗୁ କରିବାକୁ ପ୍ରୟାସ କରୁଛି ମୋଦି ସରକାର । ସେହିପରି ରାଜ୍ୟରେ ନବୀନ ପଟ୍ଟନାୟକ ସରକାର ଘରୋଇ ଶିକ୍ଷାନୁଷ୍ଠାନ ସହ ହାତ ମିଳାଇଛନ୍ତି । ସେଥିପାଇଁ ବିଭିନ୍ନ ସରକାରୀ ସ୍କୁଲ ଓ କଲେଜର ଫି ବୃଦ୍ଧି କରିଛନ୍ତି । ଏହି ସବୁ ଅଭିଯୋଗରେ କେନ୍ଦୁଝର ଜିଲ୍ଲାରେ ଛାତ୍ର କଂଗ୍ରେସ ପକ୍ଷରୁ କମ୍ପନ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ବିଭିନ୍ନ ଦାବିନେଇ ଛାତ୍ର କଂଗ୍ରେସର ପ୍ରତିବାଦ ସହ ଶୋଭାଯାତ୍ରା

ପ୍ରଥମେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତିଙ୍କ ନେତୃତ୍ବରେ ଶତାଧିକ ଛାତ୍ର କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେନ୍ଦ୍ର ସରକାରଙ୍କ ତୈଳ ଦର ବୃଦ୍ଧି, କୃଷି ଆଇନ ଏବଂ ରାଜ୍ୟ ସରକାରଙ୍କ ସ୍କୁଲଓ କଲେଜ ଫି ବୃଦ୍ଧି ପ୍ରତ୍ୟାହାର ଦାବି କରିଥିଲା ଛାତ୍ର କଂଗ୍ରେସ ।

ଏହାର ପ୍ରତିବାଦରେ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲା ଛାତ୍ର କଂଗ୍ରେସ । ଏହାକୁ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details