କେନ୍ଦୁଝର:ଦିନକୁ ଦିନ ଦେଶରେ ଜଙ୍ଗଲ ଧ୍ୱଂସ ହେବାକୁ ଲାଗିଲାଣି । ଜଙ୍ଗଲ ନଷ୍ଟ କରି ସରକାର ଏବେ ଶିଳ୍ପାନୁଷ୍ଠାନ ସୃଷ୍ଟି କରୁଛନ୍ତି । ଏଥିପାଇଁ ବହୁ ଜଙ୍ଗଲ ଜମି ଗୁଡିକ ଉପରେ ଏବେ ଶିଳ୍ପ ପ୍ରତିଷ୍ଠା ହୋଇଛି । ତେବେ ଏହାଦ୍ବାରା ପ୍ରାକୃତିକ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ଏହାକୁ ଆଜି ବିରୋଧ କରିଛନ୍ତି ବହୁ ସ୍ୱେଚ୍ଛାସେବୀ ସଂଗଠନ ।
ଜଙ୍ଗଲ ଅଧିକାର ନିୟମ ସଂଶୋଧନକୁ ବିରୋଧ କରିଛନ୍ତି ବହୁ ସଂଗଠନ । ଏନେଇ ଆଜି(ଗୁରୁବାର) ଶତାଧିକ ଆଦିବାସୀ ଏକ ଶୋଭାଯାତ୍ରାରେ ଆସି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଆଇନ ସଂଶୋଧନ ଦ୍ୱାରା ବହୁ ଜଙ୍ଗଲ କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା କରିଛନ୍ତି ଆଦିବାସୀ ସଂଗଠନ ।