କେନ୍ଦୁଝର:କେନ୍ଦ୍ର ସରକାରଙ୍କର ନୂତନ କୃଷି ଆଇନ ବିରୋଧରେ ସାରା କୃଷକ ସଙ୍ଗଠନ । କେନ୍ଦୁଝର ଜିଲ୍ଲାରେ କୃଷି ଆଇନକୁ ପ୍ରତ୍ୟାହାର ଦାବି କରି ବିକ୍ଷୋଭ ପ୍ରର୍ଦଶନ କରିଛି ଭାରତ ଟ୍ରେଡ ୟୁନିୟନ କେନ୍ଦ୍ର ।
କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବି ସହ ଦୀର୍ଘ 29 ଦିନ ଧରି ଚାଷୀଙ୍କ ଆନ୍ଦୋଳନ ଚାଲୁ ରହିଛି। ଏହି ଆନ୍ଦୋଳନକୁ ସମର୍ଥନ କରି ସିଆଇଟିୟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଆନ୍ଦୋଳନ ବେଳେ ମୃତ୍ୟୁ ହୋଇଥିବା ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ ସହ ଦିନକୁ ଦିନ ବଢି ଚାଲିଥିବା ଦର ଦାମକୁ ନିୟନ୍ତ୍ରିତ କରିବା ଏବଂ 2020 ବିଦ୍ୟୁତ ବିଲକୁ ପ୍ରତ୍ୟାହାର ଆଦି ଦାବି କରାଯାଇଛି ।