ଓଡିଶା

odisha

ETV Bharat / state

ତାତିଲେ ମହିଳା, ତେଜିଲା ମଦ ବିରୋଧୀ ଆନ୍ଦୋଳନ - ମଦକୁ ନା

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ୨୦ ନଂ ଜାତୀୟ ରାଜପଥ ଜରଦା ଓଭରବ୍ରିଜ୍ ନିକଟରେ ଥିବା ବିଦେଶୀ ମଦ ଦୋକାନକୁ ବନ୍ଦ କରିବା ପାଇଁ ଆନ୍ଦୋଳନ କରିଥିଲେ ମହିଳା ।

କେନ୍ଦୁଝରରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ

By

Published : Nov 15, 2019, 7:08 PM IST

Updated : Nov 15, 2019, 8:02 PM IST

ଆନନ୍ଦପୁର: ରାଜ୍ୟରେ ତେଜୁଛି ମଦ ବିରୋଧୀ ଆନ୍ଦୋଳନ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ୨୦ ନଂ ଜାତୀୟ ରାଜପଥ ଜରଦା ଓଭରବ୍ରିଜ୍ ନିକଟରେ ଥିବା ବିଦେଶୀ ମଦ ଦୋକାନକୁ ବନ୍ଦ କରିବା ପାଇଁ ଆନ୍ଦୋଳନ କରିଥିଲେ ଗାଁର ମହିଳା । ଏହାସହ ମଦ ଦୋକାନ ଭାଙ୍ଗିବାକୁ ମହିଳାମାନେ ଉଦ୍ୟମ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରୋକିଥିଲା ।

କେନ୍ଦୁଝରରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ

ଏହି ମଦ ଦୋକାନରୁ ମଦ ପିଇ ବିଭିନ୍ନ ସମୟରେ ଗାଳିଗୁଲଜ କରିବା ସହ ଅସଭ୍ୟ ଭାଷା ପ୍ରୟୋଗ କରି ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଏନେଇ ମହିଳାମାନେ ରାମଚନ୍ଦ୍ରପୁର ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।

ବାରମ୍ବାର ଅଭିଯୋଗ ସତ୍ତ୍ବେ ବି ପୁଣି ମଦ ବିକ୍ରି ହେବାରୁ ଆନ୍ଦୋଳନ ତୀବ୍ରତର ହେଇଥିଲା । ଶେଷରେ ଏସଡିପିଓ ବିଦ୍ୟୁତ ଚଦ୍ର ପଣ୍ଡା ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା ନହେବା ପର୍ଯ୍ୟନ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହଟିଥିଲା ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Nov 15, 2019, 8:02 PM IST

ABOUT THE AUTHOR

...view details