ଆନନ୍ଦପୁର :ବାରିଗାଁ ଦେହୁରୀ ସାହିକୁ ବିପିଏଲ ବିଜୁଳି ସଂଯୋଗ ପାଇଁ ୬ମାସ ହେବ ଘରମାନଙ୍କୁ ତାର ଟଣାଯାଇଛି । ସୁଇଚ ବୋର୍ଡ ମଧ୍ୟ ଲଗାଯାଇଛି । କିନ୍ତୁ ଲାଇନ ସଂଯୋଗ କରାଯାଇନାହିଁ । ପ୍ରତିବାଦ କରି ମହିଳାମାନେ ବିଜୁଳି ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।
ବିପିଏଲ ବିଜୁଳି ସଂଯୋଗ ଦାବି: କାର୍ଯ୍ୟାଳୟ ଘେରିଲେ ମହିଳା ସଂଘ - protest-against-electric-office
ଆନନ୍ଦପୁର ବାରିଗାଁ ଗ୍ରାମରେ ବିପିଏଲ ବିଜୁଳି ସଂଯୋଗ ପାଇଁ ଘରମାନଙ୍କରେ ବିଦ୍ୟୁତ ସରଞ୍ଜାମ ଲଗାଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ବିଜୁଳି ସଂଯୋଗ କରାଯାଇନାହିଁ । ଏହାର ପ୍ରତିବାଦରେ ମହିଳାମାନେ ବିଜୁଳି ବିଭାଗ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ।
ଫଟୋ ସୌଜନ୍ୟ : ପ୍ରତିନିଧି,ଆନନ୍ଦପୁର
ଭିଡିଓ ସୌଜନ୍ୟ : ପ୍ରତିନିଧି, ଆନନ୍ଦପୁର
ବିଜୁଳି ସଂଯୋଗ ନଥିବାରୁ ଦେହୁରୀ ସାହିର ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରତିବାଦରେ ମହିଳାମାନେ ବିଜୁଳି ସଂଯୋଗ ଦେବାକୁ ଦାବି କରି ବିଜୁଳି ବିଭାଗ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଏହାପରେ ବିଜୁଳି ସଂଯୋଗ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିଶୃତି ପରେ ମହିଳାମାନେ ଆନ୍ଦୋଳନକୁ ସ୍ଥଗିତ କରିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ