ଓଡିଶା

odisha

ETV Bharat / state

ସମସ୍ୟାରେ ଖଣି ଅଞ୍ଚଳ, ହଜୁଛି ପାରମ୍ପରିକ ଜୀବିକା

ଖଣି ସମୃଦ୍ଧି ଜିଲ୍ଲା କେନ୍ଦୁଝର । ତେବେ ଏହି ଖଣି ସମୃଦ୍ଧ ଜିଲ୍ଲାରେ କିନ୍ତୁ ଦିନକୁ ଦିନ ଅନେକ ସମସ୍ୟା ଏବେ ମୁଣ୍ଡ ଟେକୁଛି । ଖଣି ଖନନ ଏବେ ବନ୍ଦ ହୋଇ ପଡ଼ି ରହିଥିବା ବେଳେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଭାରୀଯାନ ଚଳାଚଳ ଓ କୋଇଲା ଗୁଣ୍ଡ । ଧୁଳିକଣାରେ ଗୁରୁତର ଭାବେ ପ୍ରଭାବିତ ହୋଇ ପାରମ୍ପରିକ ଜୀବିକା ମଧ୍ୟ ଧୀରେଧୀରେ ଲୋପ ପାଇବାକୁ ବସିଛି । ଏନେଇ ଆମର ସ୍ବତନ୍ତ୍ର ରିପୋର୍ଟ...

By

Published : Jun 8, 2019, 2:25 PM IST

ପ୍ରତୀକାତ୍ମକ ଫଟୋ

କେନ୍ଦୁଝର: ଖଣି ସମୃଦ୍ଧ ଜିଲ୍ଲା କେନ୍ଦୁଝର । ଖଣିକୁ ଦେଖି ଲୋକ ଜୀବିକା ଛାଡିଲେ । ଏବେ ସେହି ଖଣି ପାଇଁ ସ୍ଥାନୀୟ ଲୋକଙ୍କ ଭବିଷ୍ୟତ ଅନ୍ଧକାର । ବେଆଇନ ଖଣି କାରବାର ବନ୍ଦ ହେବା ପରେ ଏଠି ଯେମିତି ରୋଜଗାର କରିବା ଏକ ପ୍ରକାର ସ୍ବପ୍ନ ପାଲଟି ଯାଇଛି। ବାହାର ଜିଲ୍ଲାର ଲୋକଙ୍କ କଥା ଛାଡନ୍ତୁ ଖଣି ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷରେ ଜଡିତ ଥିବା ଏଠିକାର ଲୋକ ବି ମୁଠାଏ ଦାନା ପାଇଁ ଅହରହ କରୁଛନ୍ତି ସଂଘର୍ଷ। ଖଣି ଖନନ ପୁର୍ବରୁ ଉକ୍ତ ଅଂଚଳର ଲୋକମାନେ ଜଙ୍ଗଲ ଓ ଚାଷବାସ କରି ନିଜ ପରିବାର ଭରଣ ପୋଷଣ କରୁଥିଲେ । କିନ୍ତୁ ଖଣି ଖନନ ଦ୍ୱାରା ଜମିରେ ଲୁହାଗୁଣ୍ଡ ଓ ଧୂଳିକଣା ମିଶିବା ପରେ ପାରମ୍ପରିକ ଜୀବିକା ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତ, କେନ୍ଦୁଝର
  • ଖଣିପାଇଁ ଅନ୍ଧକାର କେନ୍ଦୁଝରବାସୀଙ୍କ ଭବିଷ୍ୟତ !
  • ଖଣି ପାଇଁ ନଷ୍ଟ ହୋଇସାରିଛି ଜୀବିକା
  • ମୁଠାଏ ଦାନା ପାଇଁ ଅହରହ ସଂଘର୍ଷ କରୁଛନ୍ତି କେନ୍ଦୁଝରବାସୀ
  • ଖଣି ମାଲିକ ମାଲାମାଲା, ଭୋକରେ କିନ୍ତୁ ସ୍ଥାନୀୟ ଲୋକ

ଦିନେ ଖଣିରେ କାମ କରିବା ପାଇଁ କେନ୍ଦୁଝର ଆସୁଥିଲେ ଲୋକେ । ଶିକ୍ଷିତ ପାଖରୁ ଆରମ୍ଭ କରି ନିରକ୍ଷର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ କେନ୍ଦୁଝର ଥିଲା ରୋଜଗାର କରିବାର ପେଣ୍ଠସ୍ଥଳୀ । ହେଲେ ଖଣି କାରବାର ବନ୍ଦ ହେବା ପରେ ଏଠି ରୋଜଗାର କରିବା ପାଲଟିଛି ସାତ ସପନ । ପେଟକୁ ଦି ମୁଠା ଦାନ କିଭଳି ମିଳିବ ଏବେ ଏହି ଚିନ୍ତାରେ ଏଠିକାର ସ୍ଥାନୀୟ ଲୋକେ । ଖଣିକୁ ଦେଖି ଜୀବିକା ଛାଡିଲେ । ଏବେ ଖଣି ବନ୍ଦ ହେବା ପରେ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ବେଆଇନ କାରବାର କରି ଖଣି ମାଲିକ ମାଲାମାଲ ହେଲେ, କିନ୍ତୁ ସ୍ଥାନୀୟ ଲୋକଙ୍କ ଅବସ୍ଥା ଯାହା ଥିଲା ତାଠୁ ବି ଖରାପ ହେବାରେ ଲାଗିଛି ।


ବଡ ବଡ କମ୍ପାନୀ ଏଠାରେ ଖଣି ବ୍ୟବସାୟ କରୁଛନ୍ତି । ହେଲେ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ସିଏସଆର ଆକ୍ଟିଭିଟି ଏଠି ସେଭଳି କାର୍ଯ୍ୟକାରୀ ହୋଇନଥିବା ପରିଲିକ୍ଷିତ ହୋଇଛି । ଫଳରେ ସ୍ଥାନୀୟ ଲୋକ ବିଭିନ୍ନ ମୌଳିକ ସୁବିଧା ସାଙ୍ଗକୁ ରୋଜଗାର ସ୍ବାବଲମ୍ବୀ ହୋଇପାରିନାହାନ୍ତି । 2014ରେ 50ରୁ ଉର୍ଦ୍ଧ ବେଆଇନ ଖଣି ଏଠି ଚାଲିଥିଲା । କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅନେକ ବନ୍ଦ ହୋଇଯାଇଛି । ଏବଂ ଏବେ ଜିଲ୍ଲାର ମୋଟ ୩୧ଟି ଖଣିରୁ ୨୩ ଜଣ ଖିଲାପକାରୀ ଖଣିଙ୍କୁ କୋର୍ଟରୁ ନୋଟିସ୍‌ ହୋଇଛି । ଓପିଡିଆର୍‌ ଆକ୍ଟ-୧୯୬୨ ଆଧାରରେ ।


ଖଣି ଖନନ କରି ଖଣି ମାଲିକ ହେଉଛନ୍ତି ଏଠି ମାଲାମାଲ । ହେଲେ ନା ବଦଳୁଛି ଜିଲ୍ଲାର ଚିତ୍ର, ନା ବଦଳୁଛି ସ୍ଥାନୀୟ ଲୋକଙ୍କର ଚାଲି ଚଳଣି । ଯାହାକୁ ସରକାର ଗୁରୁତ୍ବ ଦେବା ଜରୁରୀ ହୋଇପଡିଛି ।


କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details