କେନ୍ଦୁଝର: ମୂଲ୍ୟବାନ ଗଛକାଟି ବେସରକାରୀ ସ୍କୁଲ ନିର୍ମାଣ ଅଭିଯୋଗ । ଜଙ୍ଗଲ ମଧ୍ୟରୁ ମୂଲ୍ୟବାନ ଗଛ କାଟି ବେସରକାରୀ ସ୍କୁଲର ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ବାରମ୍ବାର ଗ୍ରାମବାସୀଙ୍କ ଅଭିଯୋଗ ସତ୍ତ୍ବେ ବନବିଭାଗ ଅଧିକାରୀ ଚୁପ୍ ହୋଇ ବସିଥିବା ଅଭିଯୋଗ ହୋଇଛି ।
ଖବର ଅନୁଯାୟୀ, କେନ୍ଦୁଝର ବ୍ରାହ୍ମଣୀପାଳ ରେଞ୍ଜ ରେବଣାପଳାଶପାଳ ବନବିଭାଗ ଅଧିନସ୍ଥ ସୁନାପେଣ୍ଠ ହାଇସ୍କୁଲର ପିଅନ ତ୍ରିଲୋଚନ ମହାନ୍ତ ଟିଗିରିଆ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୬ ମାସ ପୂର୍ବେ ଅନେକ ମୂଲ୍ୟବାନ ଗଛ କାଟି ନେଇଥିଲେ । ଯେଉଁ ଗଛ କାଠରେ ବେସରକାରୀ ସ୍କୁଲ ନିମନ୍ତେ ଘର ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡିଛି ।
ଏନେଇ ଗ୍ରାମର ଲୋକମାନେ ରେବଣାପଳାଶପାଳ ବନପାଳଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଆସୁଛନ୍ତି । ମାତ୍ର ବିଭାଗ ପକ୍ଷରୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।