କେନ୍ଦୁଝର: ଜାମିନ ଆବେଦନ ଖାରଜ ହେବାରୁ ସେସନ କୋର୍ଟରୁ ଚମ୍ପଟ ମାରିଛନ୍ତି କଏଦୀ ବାପ-ପୁଅ । ଘଟଣାରେ ନିଲମ୍ବିତ ହୋଇଛନ୍ତି କୋର୍ଟ ସିଏସଆଇଙ୍କ ସମେତ 3ଜଣ କନେଷ୍ଟବଳ । ନିଲମ୍ବିତ ସିଏସଆଇ ହେଉଛନ୍ତି ଦୁଷ୍ମନ୍ତ ସିଂ । ଏଥିସହ କନେଷ୍ଟବଳ ମନୋରମା ସେଠୀ, ଶିବାନୀ ନାୟକ ଓ ରେଣୁବାଳା ମହାନ୍ତି ମଧ୍ୟ ଘଟଣାରେ ନିଲମ୍ବିତ ହୋଇଛନ୍ତି ।
ସୂଚନା ଅନୁଯାୟୀ ସୋମବାର ତେଲକୋଇ ଥାନା ସରୁଆଳି ଗ୍ରାମରେ ଜାତିଆଣ ଆକ୍ଷେପ ସହ ବିଭିନ୍ନ ସଙ୍ଗୀନ ମାମଲାରେ ଦାସ ଖୁଣ୍ଟିଆ ଓ ପୁଅ ଅନିଲ ଖୁଣ୍ଟିଆଙ୍କ ନାମରେ ଅଭିଯୋଗ ହୋଇଥିଲା । ଏନେଇ ଦୁହେଁ ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ପାଇଥିଲେ । ଯାହାକୁ ନେଇ ସେସନ କୋର୍ଟରେ ଦୁହିଁଙ୍କୁ ହାଜର କରାଯାଇଥିଲା । ହେଲେ ସେସନ କୋର୍ଟ ସେମାନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ।