କେନ୍ଦୁଝର: ଚିକିତ୍ସିତ ଅବସ୍ଥାରେ କଏଦୀର ମୃତ୍ୟୁ ଅଭିଯୋଗ । କେନ୍ଦୁଝର ଜିଲ୍ଲା କାରାଗାରରେ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା କଏଦୀଙ୍କ ଆଜି(ସୋମବାର) ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ ରାମ ଅବତାର ରାୟ ବାହାଦୂର ବୋଲି ଜଣାପଡିଛି ।
ତାଙ୍କ ବୟସ ୬୨ ବର୍ଷ ହେବ । ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ଜେଲରେ କୋଭିଡ କଟକଣା ପାଇଁ ବଡ଼ବିଲ ଜେଲରୁ କେନ୍ଦୁଝର ମୁଖ୍ୟ କାରାଗାରକୁ ତାଙ୍କୁ ଅଣାଯାଇଥିଲା ।