କେନ୍ଦୁଝର: ଖରା ତାତିଠୁ ବଢିଲାଣି ରାଜନୀତିର ତାତି । ପ୍ରଚାର ସାଙ୍ଗକୁ ବିରୋଧୀଙ୍କୁ କିପରି ଟକ୍କର ଦେବେ ସେନେଇ ଚାଲିଛି ରଣନୀତି । ଏହି ପ୍ରଚାର ପର୍ବରେ ସବୁଠୁ ଆଗରେ ରହିଛି ବିଜେପି । ନିର୍ବାଚନୀ ତାରିଖ ଘୋଷଣା ହେବା ପରଠୁ ଓଡିଶାକୁ ଲାଗିଛି ବିଜେପି ନେତାମନ୍ତ୍ରୀଙ୍କ ଘନଘନ ଗସ୍ତ ।
ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବିଶାଳ ସାମବେଶକୁ ସମ୍ବୋଧନ କରିଛନ୍ତି । ଏହାସହ ଶନିବାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଦିନିକିଆ ଗସ୍ତରେ କେନ୍ଦୁଝରରେ ପହଞ୍ଚିଛନ୍ତି । ପ୍ରଥମେ ସେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାରେ ମୋଦି ସରକାର ଓ କେନ୍ଦ୍ରରେ ମୋଦି ସରକାର ଆସିବ ବୋଲି ସେ ଦୃଢ଼ୋକ୍ତି ବାଢିଛନ୍ତି ।