ଓଡିଶା

odisha

ETV Bharat / state

Padma Awards: ରାଷ୍ଟ୍ରପତିଙ୍କଠୁ ପଦ୍ମଶ୍ରୀ ଗ୍ରହଣ କଲେ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁର - ପଦ୍ମଶ୍ରୀ ଗ୍ରହଣ କଲେ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ କୁଅଁର

ଆଜି ସଂଧ୍ୟା 5.30 ରେ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜନ ହୋଇଥିଲା । ଏଥିରେ ପ୍ରଥମ ପର୍ଯ୍ୟାୟରେ କିଛି ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଓଡିଶାରୁ ୪ ଜଣଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି କଳା ପାଇଁ ମାଗୁଣି ଚରଣ କୁଅଁର, ରଙ୍ଗବତୀ ଗୀତର ଗାୟିତା କ୍ରିଷ୍ଣା ପଟେଲ, କୃଷି ପାଇଁ କଳାହାଣ୍ଡିର ପଟାୟତ ସାହୁ ଓ ସାହିତ୍ୟ ଓ ଶିକ୍ଷା ପାଇଁ ପଣ୍ଡିତ ଅନ୍ତର୍ଯ୍ଯାମୀ ମିଶ୍ର । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Mar 22, 2023, 9:54 PM IST

ରାଷ୍ଟ୍ରପତିଙ୍କୁ ଠାରୁ ପଦ୍ମଶ୍ରୀ ଗ୍ରହଣ କଲେ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁର

ନୂଆଦିଲ୍ଲୀ: ‘ପଦ୍ମଶ୍ରୀ’ ପୁରସ୍କାର ଗ୍ରହଣ କଲେ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁର । ଆଜି ନୂଆଦିଲ୍ଲୀ ସ୍ଥିତି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ 2023 ବର୍ଷ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ଓଡିଶାରୁ ଘୋଷଣା ହୋଇଥିବା 4 ଜଣ ବିଜେତାଙ୍କ ମଧ୍ୟରୁ ଆଜି କେବଳ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁର ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି ।

ଆଜି ସଂଧ୍ୟା 5.30 ରେ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜନ ହୋଇଥିଲା । ଏଥିରେ ପ୍ରଥମ ପର୍ଯ୍ୟାୟରେ କିଛି ବିଜେତାଙ୍କୁ ଆଜି ପୁରସ୍କାର ପ୍ରଦାନ କରାଯାଇଛି । ଓଡିଶାରୁ ୪ ଜଣଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି କଳା ପାଇଁ ମାଗୁଣି ଚରଣ କୁଅଁର, ରଙ୍ଗବତୀ ଗୀତର ଗାୟିତା କ୍ରିଷ୍ଣା ପଟେଲ, କୃଷି ପାଇଁ କଳାହାଣ୍ଡିର ପଟାୟତ ସାହୁ ଓ ସାହିତ୍ୟ ଓ ଶିକ୍ଷା ପାଇଁ ପଣ୍ଡିତ ଅନ୍ତର୍ଯ୍ଯାମୀ ମିଶ୍ର । କେନ୍ଦୁଝର ଜିଲ୍ଲାର ବାସିନ୍ଦା କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁର କାଠ କଣ୍ଢେଇ ନାଚରେ ପୌରାଣିକ କାହାଣୀ ଚିତ୍ରଣ କରି ଲୋକକଳାକୁ ଉଜ୍ଜିବୀତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ।

ଏହାବି ପଢନ୍ତୁ- ଶ୍ରୀରାମଙ୍କ ପ୍ରତି ଗହଣା କାରିଗରଙ୍କ ଅପାର ଭକ୍ତି, ଖାଣ୍ଟି ରୂପାରେ ତିଆରି କଲେ ଅବିକଳ ଅଯୋଧ୍ୟା ରାମ ମନ୍ଦିର

ଆଜି ସମ୍ମାନ ଗ୍ରହଣ କରିଥିବା ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ପଦ୍ମବିଭୂଷଣ ପୁରସ୍କାର ପାଇଥିବା ପ୍ରଫେସର ବାଳକୃଷ୍ଣ ଦୋଶୀ (ମରଣୋତ୍ତର) ଓ ପୂର୍ବତନ ମନ୍ତ୍ରୀ ଏସଏମ କୃଷ୍ଣା । ଏତତ ବ୍ୟତୀତ ବିଶିଷ୍ଟ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା ମଧ୍ୟ ପଦ୍ମ ଭୂଷଣ ପୁରସ୍କାର ଗ୍ରହଣ କରିଛନ୍ତି । ଏହାସହ ପଦ୍ମଶ୍ରୀ ଗ୍ରହଣ କରିଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଭିପି ଅପୁକୁତନ ପୋଡୁୱାଲ, ସାମାଜିକ କର୍ମୀ ହୀରାବାଈ ଲୋବି, ନାଗା ସାମାଜିକ କାର୍ଯ୍ୟକର୍ତ୍ତା ରାମକୁଇବାନେଭ ନେଭମେ, ମିଳିତ ଭାବେ ଡକ୍ଟର ରତନ ଚନ୍ଦ୍ର କର ଏବଂ ଡକ୍ଟର ମୁନିଶୱର ଚନ୍ଦ୍ର ଡାବର, ଚାଷୀ ତୁଲାରାମ ଉପରେଟି, ସନ୍ତୁର ବାଦକ ଗୁଲାମ ମହମ୍ମଦ ଜାଜ, ପର୍ଶୁରାମ କୋମାଜୀ ଖୁନେ ପ୍ରମୁଖ ରହିଛନ୍ତି ।

ଅନ୍ୟପଟେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ପଦ୍ମଶ୍ରୀ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁରଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଶୁଭେଛା ଜଣାଇ କହିଛନ୍ତି ‘‘ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନଜନକ 'ପଦ୍ମଶ୍ରୀ' ପୁରସ୍କାର ଗ୍ରହଣ କରିଥିବା କେନ୍ଦୁଝର ଜିଲ୍ଲାର କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁରଙ୍କୁ ଅଭିନନ୍ଦନ । ସମାଜରେ ଲୁକ୍କାୟିତ କାଠ କଣ୍ଢେଇ ନାଚରେ ପୌରାଣିକ କାହାଣୀ ଚିତ୍ରଣ କରି ଲୋକକଳାକୁ ଉଜ୍ଜିବୀତ କରିବାରେ ତାଙ୍କର ଅବଦାନ ପ୍ରଶଂସନୀୟ ।’’

ସୂଚନାଯୋଗ୍ୟଯେ ବର୍ଷ 2023 ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଗତ ଜାନୁଆରି ୨୫ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏଥିରେ ୬ ଜଣ ପଦ୍ମବିଭୂଷଣ ୯ ଜଣ ପଦ୍ମଭୂଷଣ, ୯୧ ଜଣ ପଦ୍ମଶ୍ରୀ ବିଜେତା ଥିଲେ ।

ABOUT THE AUTHOR

...view details