ଓଡିଶା

odisha

ETV Bharat / state

କୋରୋନା କାଳରେ ସ୍ବାଧୀନତା ଦିବସ ପ୍ରସ୍ତୁତି, ସରିଲା ଅଭ୍ୟାସ ପ୍ୟାରେଡ - independence day in keonjhar during corona pandemic time

ଚଳିତବର୍ଷ କୋରୋନା ମହାମାରୀ ପାଇଁ ସବୁଠି କଟକଣା ଜାରି ହୋଇଥିବାବେଳେ ସବୁବର୍ଷ ପରି ବ୍ୟାପକ ଭାବେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ଧୁମଧାମରେ ପାଳିତ ହୋଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି ।

preparation for independence day
ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି

By

Published : Aug 13, 2020, 4:58 PM IST

କେନ୍ଦୁଝର: ଆଉ ଦିନକ ପରେ ସ୍ବାଧୀନତା ଦିବସ ପାଳିବ ସାରାଦେଶ । କୋରୋନା ଲଢେଇ ମଧ୍ୟରେ ରାଜ୍ୟରେ ସ୍ବାଧୀନତା ଦିବସ ପାଳନ ପାଇଁ ଚାଲିଛି ପ୍ରସ୍ତୁତି । ଚଳିତବର୍ଷ କୋରୋନା ମହାମାରୀ ପାଇଁ ସବୁଠି କଟକଣା ଜାରି ହୋଇଥିବାବେଳେ ସବୁବର୍ଷ ପରି ବ୍ୟାପକ ଭାବେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ଧୁମଧାମରେ ପାଳିତ ହୋଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି ।

ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି

ଚଳିତବର୍ଷ ୭୪ତମ ସ୍ବାଧୀନତା ଦିବସ ପାଳିବାକୁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି । କେନ୍ଦୁଝର ଷ୍ଟାଡିୟମରେ ସୀମିତ ସଂଖ୍ୟକ ପୋଲିସ ବାହିନୀକୁ ନେଇ ଏହି ଦିବସ ପାଳିତ ହେବ । ଆଜି ଏଥିପାଇଁ ପୋଲିସ ବାହିନୀ ପକ୍ଷରୁ ପ୍ରାକ୍ଟିସକୁ ଚୂଡାନ୍ତ କରାଯାଇଛି । ୨ ଏସଏସବିଏନ, ରିଜର୍ଭ ପୋଲିସ ବାହିନୀ ଓ ପୋଲିସ ବ୍ୟାଣ୍ଡକୁ ନେଇ ପ୍ରାକ୍ଟିସ କରାଯାଇଥିଲା ।

ଏହି ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କୁ ଚଳିତବର୍ଷ ବାରଣ କରାଯାଇଛି । ମାତ୍ର ସ୍ବଳ୍ପ ସଂଖ୍ୟକ ପ୍ରଶାସନିକ ଅଧିକାରୀ ଓ ପୋଲିସକୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details