ଓଡିଶା

odisha

ETV Bharat / state

ଅଧାରେ ଅଟକିଲା ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ - KEONJHAR NEWS

ଖଟିଆରେ ବୁହା ହେଲେ ଗର୍ଭବତୀ । ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିର ଦୃଶ୍ୟ । ଗାଁକୁ ଆମ୍ବୁଲାନ୍ସ ନଆସିବାରୁ ଗର୍ଭବତୀଙ୍କୁ ଖଟିଆରେ ବୋହିଲେ ପରିବାର ଲୋକ ।

ଖଟିଆରେ ବୁହା ହେଲେ ଗର୍ଭବତୀ

By

Published : Oct 10, 2019, 8:24 PM IST

କେନ୍ଦୁଝର : କୌଣସି ପଛୁଆ ଜିଲ୍ଲାର ନୁହେଁ, ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଲହଣ୍ଡା ମୁଣ୍ଡାସାହିର ଦୃଶ୍ୟ । ଯେଉଁ ଉପଖଣ୍ଡର ରାଜସ୍ଵରେ ସାରା ରାଜ୍ୟର ରାଜକୋଷ ଭରପୁର ସେହି ଅଞ୍ଚଳର ଲୋକଙ୍କ ସ୍ଵାସ୍ଥ୍ୟ ସେବା ପାଇଁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ ।

ଖଟିଆରେ ବୁହା ହେଲେ ଗର୍ଭବତୀ

ଏହି ଗ୍ରାମର ଶୁକୁଲାଲ ମୁଣ୍ଡାଙ୍କ ସ୍ତ୍ରୀ ମେଚ ମୁଣ୍ଡା ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ପରିବାର ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଡାକିଥିଲେ । ହେଲେ ଆସିପାରିଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯୋଗୁଁ ଅଧାରେ ଅଟକିଲା ଆମ୍ବୁଲାନ୍ସ । ଶୁକୁଲାଲଙ୍କ ଘରୁ ପତ୍ନୀ ଚେମଙ୍କୁ ଖଟିଆରେ ପ୍ରାୟ 1 କିଲୋମିଟର ବୋହି ଆମ୍ବୁଲାନ୍ସକୁ ଅଣାଯାଇଥିଲା ।

ଚମ୍ପୁଆ ଭପଖଣ୍ଡର ଯୋଡା ବ୍ଲକ ଅନ୍ତର୍ଗତ ଲହଣ୍ଡl ମୁଣ୍ଡା ସାହି ଗ୍ରାମ ନିକଟରେ ଅନେକ ନାମିଦାମୀ କମ୍ପାନୀର ଖଣି କାରଖାନା ଗଢି ଉଠିଛି । ଏମାନେ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରେ ବର୍ଷକୁ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବିଜ୍ଞାପନ ମାଧ୍ୟମରେ ପ୍ରଚାର କରୁଛନ୍ତି । ହେଲେ ଏଠି କିନ୍ତୁ ଚିତ୍ର ଅଲଗା ।

ଗାଁ ମୁଣ୍ଡକୁ ଖଣି କମ୍ପାନୀର ରେଳଗାଡ଼ି ମାଲ ପରିବହନ ପାଇଁ ଯାଇ ପାରୁଥିବା ବେଳେ ଗାଁକୁ କିନ୍ତୁ ଯାଇ ପାରୁନି ଆମ୍ବୁଲାନ୍ସ । ଏଭଳି ଘଟଣା ରାଜ୍ୟ ସରକାରଙ୍କ ସଫଳତା ଓ ସ୍ଥାନୀୟ ପ୍ରଶାସନର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details