ଭୁବନେଶ୍ବର/କେଉଁଝର: ଆଜି ମାର୍ଗଶିର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି। ଏହା ଆମ ରାଜ୍ୟରେ 'ପ୍ରଥମାଅଷ୍ଟମୀ' ଏବଂ ଉତ୍ତର ଭାରତରେ 'ଭୈରବ ଅଷ୍ଟମୀ' ଭାବେ ପରିଚିତ। ଏହି ଦିନରେ ଘରର ବଡ଼ ସନ୍ତାନକୁ ନୂଆ ପୋଷାକ ପିନ୍ଧାଇ ବନ୍ଦାପନା କରାଯାଏ। ତେବେ ଜ୍ୟେଷ୍ଠମାନେ ପିନ୍ଧିଥିବା ନୂଆ ପୋଷାକ ମାମୁଁ ଘରୁ ଆସିବାର ପରମ୍ପରା ରହିଛି । ଏହି ବନ୍ଦାପନାକୁ ' ପଢୁଆଁ ' କୁହାଯାଏ। ଏହି ଦିନରେ ମାମୁଁ ନୂଆ ଲୁଗା, ପିଠାପଣା ଧରି ଭଉଣୀ ଘରକୁ ଆସୁଥିବାରୁ ପରିହାସରେ 'ଅଷ୍ଟମୀ ବନ୍ଧୁ' କୁହାଯାଏ। ଏହା ଓଡିଆଙ୍କର ଏକ ପାରମ୍ପରିକ ପର୍ବ। ହଳଦୀ ପତ୍ରରେ ପ୍ରସ୍ତୁତ ଏଣ୍ଡୁରି ପିଠା ଏହି ଦିନର ବିଶେଷତ୍ଵ।
ଆଜି ପବିତ୍ର ପ୍ରଥମାଷ୍ଟମୀ, ଘରେ ଘରେ ମହକୁଛି ଏଣ୍ଡୁରୀ ପିଠାର ମହକ - ରାଜଧାନୀରେ ପ୍ରଥମାଷ୍ଟମୀ ପାଳନ
ଆଜି ପବିତ୍ର ପ୍ରଥମାଷ୍ଟମୀ। ଏହି ଅବସରରେ ଓଡ଼ିଆ ଘରର ବଡ଼ ପୁଅ କିମ୍ବା ଝିଅଙ୍କୁ ପୂଜାର୍ଚ୍ଚନା କରିବା ସହ ନୂଆ ବସ୍ତ୍ର ପିନ୍ଧିବାର ପରମ୍ପରା ରହିଛି। ତେବେ ଏହି ଅବସରରେ ରାଜଧାନୀର ଘରେ ଘରେ ଛୁଆ ଠାରୁ ବଡ଼ ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର ପରିଧାନ କରି ମଉଜ କରୁଥିବାବେଳେ ହଳଦୀପତ୍ର ପୀଠାର ବାସ୍ନାରେ ସହର ମହାକିତ ହୋଇ ଉଠୁଥିବା ଦେଖିବାକୁ ମିଳୁଛି।
ତେବେ ଏହି ଅବସରରେ ରାଜଧାନୀର ଘରେ ଘରେ ଛୁଆ ଠାରୁ ବଡ଼ ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର ପରିଧାନ କରି ମଉଜ କରୁଥିବାବେଳେ ହଳଦୀପତ୍ର ପିଠାର ବାସ୍ନାରେ ସହର ମହାକିତ ହୋଇ ଉଠୁଥିବା ଦେଖିବାକୁ ମିଳୁଛି। ସେହିପରି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ପ୍ରଥମାଷ୍ଟମୀ ପାଳନ କରାଯାଇଛି। ଏନେଇ ସକାଳୁ ବୃନ୍ଦାବତୀଙ୍କ ପାଖରେ ମୁରୁଜ ପକାଇ ଚଉରାକୁ ସଜଯାଇଛି। ଏଥିସହ ମା ମାନେ ଘରେ ଲଷ୍ମୀ ଠାକୁରାଣୀଙ୍କୁ ପୂଜା କରିବା ସହ ନୂଆ ଡ୍ରେସକୁ ପୂଜା କରି ପିଲା ମାନଙ୍କୁ ବନ୍ଦାପନା କରିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ ଓ ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ