ଓଡିଶା

odisha

ETV Bharat / state

ବାଜପେୟୀଙ୍କ ସ୍ମୃତିରେ ଲଫାପା ଉନ୍ମୋଚିତ - ଅନୀଲ ଧୀର

ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଫିଲାଟେଲିକ ଆସୋସିଏସନ ପକ୍ଷରୁ ବାଜପେୟୀଙ୍କ ଲଫାପା ଉନ୍ମୋଚିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Aug 16, 2019, 11:56 PM IST

କେନ୍ଦୁଝର: ଆଜି ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ଫିଲାଟେଲିକ ଆସୋସିଏସନ ପକ୍ଷରୁ ବାଜପେୟୀଙ୍କ ଲଫାପା ଉନ୍ମୋଚିତ ହୋଇଛି । ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନର ଜାତୀୟ ସମ୍ପାଦକ ଅନୀଲ ଧୀର ଏହି ଲଫାପା କୁ ଉନ୍ମୋଚନ କରିଛନ୍ତି । ଫିଲାଟେଲିକ ଆସୋସିଏସନ ଭାରତର ପ୍ରମୁଖ ରାଜନେତାଙ୍କ ମୃତ୍ୟୁରେ ଏଭଳି ଲଫାପା ଛାପିଥାଏ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଆଜିର ଏହି ଲଫାପା ଉନ୍ମୋଚନରେ ଭାରତରକ୍ଷା ମଞ୍ଚର ସମ୍ପାଦକ ମୁରଲୀ ଶର୍ମା, ଫିଲାଟେଲିକ ଆସୋସିଏସନ କେନ୍ଦୁଝର ଶାଖା ସମ୍ପାଦକ ଏସ ବୈଶାଖ ପ୍ରମୁଖ ଉପସ୍ଥିତ ରହି ବାଜପେୟୀଙ୍କ ସ୍ମୃତି ଚାରଣ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝରର ସଂଗ୍ରାହକ ସୁଜିତ ପଟ୍ଟନାୟକ ସଂଗ୍ରହ କରିଥିବା ବାଜପେୟୀଙ୍କ ମାଚିସ ଓ ପେନସିଲ ପ୍ରଦର୍ଶିତ କରାଯାଇଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details