ଓଡିଶା

odisha

ETV Bharat / state

ଡ୍ୟୁଟି ସମୟରେ ପୁଲିଂ ଅଫିସରଙ୍କ ଚାଲିଗଲା ଜୀବନ

ରବିବାର ଦିନ ଇଭିଏମ ସଂଗ୍ରହ ପାଇଁ ଆସିଥିବା 4ର୍ଥ ପୁଲିଂ ଅଫିସରଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ ବିତରଣ କେନ୍ଦ୍ରରେ ସେ ହଠାତ୍ ଅସୁସ୍ଥ ହୋଇ ପଡିଯାଇଥିଲେ । ଡାକ୍ତରୀ ଟିମ୍ ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

By

Published : Apr 21, 2019, 5:47 PM IST

ଫଟୋ ସୌଜନ୍ଯ:ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ନିର୍ବାଚନ ଡ୍ଯୁଟି ସମୟରେ ପୁଲିଂ ଅଫିସରଙ୍କ ଚାଲିଗଲା ଜୀବନ । ଆନନ୍ଦପୁର ଓ ଘସିପୁରା ନିର୍ବାଚନ ମଣ୍ଡଳୀରେ ମତଦାନ ପାଇଁ ଶାଳପଡା ମହିଳା ମହାବିଦ୍ୟାଳୟ ଠାରେ ହୋଇଥିବା ବିତରଣ କେନ୍ଦ୍ରରେ ଜଣେ 4ର୍ଥ ପୁଲିଂ ଅଫିସରଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ସରେଇ ବି. ଏନ. ହାଇସ୍କୁଲର କର୍ମଚାରୀ ଅଭୟ କୁମାର ସେଠୀ ।

ଭିଡିଓ ସୌଜନ୍ଯ:ପ୍ରତିନିଧି, ଆନନ୍ଦପୁର

ଏହାକୁ ପଢନ୍ତୁ: ଜୀବନ-ମରଣର ଦୋଛକିରେ ତିଳୋତ୍ତମା

ଆନନ୍ଦପୁର ବୁଥ ନଂ ୧୪୯ ବୁଥରେ ଅଭୟଙ୍କର ଡ୍ୟୁଟି ଥିବାରୁ ରବିବାର ଦିନ ଭୋଟ ସାମଗ୍ରୀ ସଂଗ୍ରହ ପାଇଁ ଆସିଥିଲେ । ସେଠାରେ ସେ ହଠାତ୍ ଅସୁସ୍ଥ ହୋଇ ପଡିଯାଇଥିଲେ । ଡାକ୍ତରୀ ଟିମ୍ ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details