ଆନନ୍ଦପୁର : ମହାମାରୀ କୋରୋନାକୁ ନେଇ ସାରା ଭାରତକୁ 24 ତାରିଖ ମଧ୍ୟରାତ୍ରରୁ ଲକ୍ ଡାଉନ ଘୋଷଣା କରିଛନ୍ତି କେନ୍ଦ୍ର ସରାକର । ସାରା ଭାରତ ସମେତ ରାଜ୍ୟରେ ମଧ୍ୟ ଲକ ଡାଉନକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯାଉଛି । ଲୋକଙ୍କୁ ବାହାରକୁ ନ ଆସିବା ପାଇଁ ବାରଣ କରାଯାଇଛି । ହେଲେ କେନ୍ଦୁଝରରେ କିଛି ବ୍ୟକ୍ତି ଏହି ଗାଇଡ ଲାଇନକୁ ଉଲ୍ଲଂଘନ କରିଛନ୍ତି ।
ଲକ୍ ଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରୁଛି ପୋଲିସ - police seized 28 bikes in keonjhar
ଲକ୍ ଡାଉନ ଉଲ୍ଲଂଘନକାରୀଙ୍କୁ ସାବାଡ କରୁଛି ପୋଲିସ । ୨୮ ବାଇକ୍କୁ ଜବତ କଲା ଘସିପୁରା ପୋଲିସ । ଅଧିକ ପଢନ୍ତୁ....
ଲକ୍ ଡାଉନ ଉଲଙ୍ଘନକାରୀଙ୍କୁ ସାବାଡ କରୁଛି ପୋଲିସ
ସେପଟେ ନିୟମ ଉଲଙ୍ଘନକାରୀଙ୍କୁ ମଧ୍ୟ ଛାଡୁନି ପୋଲିସ । ଅଯଥା କାର୍ଯ୍ୟରେ ବାହାରକୁ ଆସି ବୁଲାବୁଲି କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ବାହାରେ ବୁଲୁଥିବା ଲୋକଙ୍କର ବାଇକକୁ ଜବତ କରାଯାଇଛି । ପାଖାପାଖି ୨୮ ବାଇକ୍କୁ ଘସିପୁରା ପୋଲିସ ଜବତ କରିଛି।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ