ଓଡିଶା

odisha

ETV Bharat / state

ବେଆଇନ ଭାବେ ଚାଲିଥିଲା ଗଞ୍ଜା ଲଢେଇ, ଅଚାନକ ଚଢାଉ କଲା ପୋଲିସ

କେନ୍ଦୁଝର ଜିଲ୍ଲାରେ ଶିରିଷିପାଳ ଠାରେ ବେଆଇନ ଗଞ୍ଜା ଲଢେଇ ଚାଲିଥିବା ବେଳେ ପୋଲିସର ଅଚାନକ ଚଢାଉ । ଅଧିକ ପଢନ୍ତୁ...

By

Published : Dec 16, 2020, 7:21 AM IST

ବେଆଇନ ଗଞ୍ଜା ଲଢେଇ ଖେଳ ଉପରେ ପୋଲିସର ଚଢାଉ
ବେଆଇନ ଗଞ୍ଜା ଲଢେଇ ଖେଳ ଉପରେ ପୋଲିସର ଚଢାଉ

କେନ୍ଦୁଝର: ଜିଲ୍ଲାର ହରିଚନ୍ଦନପୁର ଥାନା ଅନ୍ତର୍ଗତ ଶିରିଷିପାଳ ଠାରେ ବେଆଇନ୍ ଭାବେ ଗଞ୍ଜା ଲଢେ଼ଇ ଚାଲିଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ଚଢାଉ କରିଛି ।

ସୂଚନାଅନୁସାରେ,ଶିରିଷିପାଳ ଗ୍ରାମରେ ଫୁଟବଲ ଖେଳ ଚାଲିଥିଲା । ଖେଳରେ ଶହ ଶହ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଫୁଟବଲ ମ୍ୟାଚ ପରେ ସେଠାରେ ବେଆଇନ ଭାବରେ ଗଞ୍ଜା ଲଢେଇ ଚାଲିଥିଲା । ଗଞ୍ଜା ଲଢେଇ ବେଆଇନ ହୋଇଥିବା ପରେ ବି ଲୋକେ ଏହାକୁ ବେଖାତିର କରିଥିଲେ ।

ବେଆଇନ ଗଞ୍ଜା ଲଢେଇ ଖେଳ ଉପରେ ପୋଲିସର ଚଢାଉ

ତେବେ ପୋଲିସ ଘଟଣାର ଖବର ପାଇ ଉକ୍ତ ସ୍ଥାନରେ ଅଚାନକ ଚଢାଉ କରିଥିଲା । ଖେଳ ପାଇଁ ପୋତା ହୋଇଥିବା ବାଉଁଶ ବାରିକେଟକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି । ଏଥିସହ ଏହିଭଳି ବେଆଇନ୍ ଖେଳ କରାଉଥିବା ଲୋକମାନଙ୍କୁ ଖେଳ ନକରିବା ପାଇଁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ପୁନର୍ବାର ଏହିଭଳି ବେଆଇନ୍ ଖେଳ କରାଗଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details