କେନ୍ଦୁଝର: ଜଣେ ଝିଅ ଘରେ ଥିଲାବେଳେ ଆଉ ଜଣେ ଝିଅ ଟ୍ୟୁସନ ଯାଇଥିଲା । କିନ୍ତୁ ଏକା ଦିନ ଏକ ସମୟରେ ଗୋଟିଏ ଗ୍ରାମର ଦୁଇ ପରିବାରର ଏହି ଦୁଇ ଝିଅ ନିଖୋଜ ହୋଇ ଯାଇଥିଲେ । ଏଭଳି ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଡିମ୍ବ ପଞ୍ଚାୟତର ତେନ୍ତୁଳିନଣ୍ଡା ଗ୍ରାମରେ । ତେବେ ବହୁ ଖୋଜା ଖୋଜି ପରେ ଦୁଇ ପରିବାର ଟାଉନ ଥାନାର ଆଶ୍ରୟ ନେଇଥିଲେ ।
ଖବର ଅନୁସାରେ ଗତ ଜାନୁଆରୀ ୧୫ ତାରିଖ ଦିନ ଉକ୍ତ ଗ୍ରାମର ଏହି ଦୁଇ ନାବାଳିକା ନିଖୋଜ ହୋଇଥିଲେ । ଏନେଇ ଘର ଲୋକେ ନିଜ ଆଡୁ ଖୋଜ ଖବର ନେବାରୁ ଦୁଇ ବାଂଲାଦେଶୀ ଯୁବକ ଏହି ଘଟଣା ଘଟାଇଥିବା ସନ୍ଦେହ କରି ଥାନାରେ ଜଣାଇଥିଲେ । କିନ୍ତୁ ଏତେଦିନ ପରେ ମଧ୍ୟ ପୋଲିସର ହାତ ଖାଲି ନେଇ ଚିନ୍ତାରେ ପରିବାର। ଖବର ପାଇ ସଦର ବିଧାୟକଙ୍କ ସହ ବିଜେପିର ଏକ ପ୍ରତିନିଧି ଦଳ ନିଖୋଜ ପରିବାରର ଲୋକଙ୍କୁ ଭେଟିଥିଲେ ।