ଓଡିଶା

odisha

ETV Bharat / state

ଦୁର୍ଘଟଣାରେ ଚାଲିଗଲା କନେଷ୍ଟବଳଙ୍କ ଜୀବନ - keonjhar constable died in accident

କେନ୍ଦୁଝର ଜିଲ୍ଲା 20ନମ୍ବର ଜାତୀୟ ରାଜପଥର ରାଇସୁଆଁରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Sep 25, 2019, 5:18 PM IST

କେନ୍ଦୁଝର: 20 ନମ୍ବର ଜାତୀୟ ରାଜପଥ ରାଇସୁଆଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାଗସ୍ତ ହୋଇଛି । ଫଳରେ ଜଣେ କନେଷ୍ଟବଳ ଏଥିରେ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ସଦାନନ୍ଦ ନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନା ଅନୁଯାୟୀ, ବୁଧବାର କୌଣସି କାମରେ ସଦାନନ୍ଦ ନିଜ ଦୁଇ ସାଥିଙ୍କ ସହ ବାଇକରେ ଯାଉଥିବା ବେଳେ ହଠାତ୍ ରାଇସୁଆଁ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଘଟଣାସ୍ଥଳରେ ସଦାନନ୍ଦଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଦୁଇ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରର ଲାଇଫ ଲାଇନ କୁହାଯାଉଥିବା 20 ନମ୍ବର ରାଜପଥ ଦିନକୁ ଦିନ ଡେଥଜୋନରେ ପରିଣତ ହେବାରେ ଲାଗିଛି । ପୂର୍ବରୁ ମଧ୍ୟ ସମାନ ସ୍ଥାନରେ ଦୁର୍ଘଟଣା ଘଟି ମହିଳାଙ୍କ ଜୀବନ ଯାଇଥିଲା । ରାଜରାସ୍ତାଟି ଖାଲ ଖମାରେ ଭର୍ତ୍ତି ହୋଇଥିବା ଯୋଗୁଁ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି ।


କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details