ଓଡିଶା

odisha

ETV Bharat / state

ବଡ଼ବିଲ ପୋଲିସ ପଞ୍ଝାରେ ୬ ଦୁର୍ଦ୍ଦାନ୍ତ ଅପରାଧୀ - କେନ୍ଦୁଝର ଅପରାଧି ଗିରଫ

ଖଣି ସହର ଯୋଡ଼ା ବଡ଼ବିଲରେ ଦିନକୁ ଦିନ ବିଭିନ୍ନ ଅପରାଧୀଙ୍କ ଆଡ୍ଡା ଜମିବାରେ ଲାଗିଲାଣି। ଏହି ଅଞ୍ଚଳ ଝାଡଖଣ୍ଡର ସୀମାନ୍ତ ହୋଇଥିବାରୁ ଦିନ ଦିପହରରେ ଚୋରି, ଡ଼କାୟତି, ହତ୍ୟା କରି ଫେରାର ହେଇଯାଉଥିବା ଅଭିଯୋଗ ହେଉଛି । ଅଧିକ ପଢନ୍ତୁ...

ବଡ଼ବିଲ ପୋଲିସ ହାତରେ ଧରା ପଡିଲେ ୬ ଦୁର୍ଦ୍ଦାନ୍ତ ଅପରାଧୀ
ବଡ଼ବିଲ ପୋଲିସ ହାତରେ ଧରା ପଡିଲେ ୬ ଦୁର୍ଦ୍ଦାନ୍ତ ଅପରାଧୀ

By

Published : Aug 23, 2021, 4:04 PM IST

Updated : Aug 24, 2021, 8:39 AM IST

କେନ୍ଦୁଝର: ଖଣି ସହର ଯୋଡ଼ା ବଡ଼ବିଲରେ ଦିନକୁ ଦିନ ବିଭିନ୍ନ ଅପରାଧୀଙ୍କ ଆଡ୍ଡା ଜମିବାରେ ଲାଗିଲାଣି। ପ୍ରଶାସନିକ ବ୍ୟବସ୍ଥାର ଦୁର୍ବଳତାର ଲାଭ ଉଠାଇ କରିଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଅପରାଧ । ଏହି ଅଞ୍ଚଳ ଝାରଖଣ୍ଡ ରାଜ୍ୟର ସୀମାନ୍ତ ହୋଇଥିବାରୁ ଦିନ ଦିପହରରେ ଚୋରି, ଡ଼କାୟତି, ହତ୍ୟା କରି ଫେରାର ହେଇଯାଉଥିବା ଅଭିଯୋଗ ହେଉଛି ।

ବଡ଼ବିଲ ପୋଲିସ ହାତରେ ଧରା ପଡିଲେ ୬ ଦୁର୍ଦ୍ଦାନ୍ତ ଅପରାଧୀ

ପାଣିକୋଇଲି ରାଜମୁଣ୍ଡା ଏନଏଚ-୫୨୦ ରାଜପଥକୁ ଟାର୍ଗେଟ କରି ବିଭିନ୍ନ ମାରଣାସ୍ତ୍ର ସହ ବଟି ଆଦାୟ କରୁଛନ୍ତି ଏହି ଦୁର୍ଦ୍ଦାନ୍ତ ଅପରାଧୀ ସମୂହ। ଗତକାଲି(ରବିବାର) ରାତି ଦୁଇ ଘଟିକା ସମୟରେ ରଣାଶାଳ ଘାଟି ଓଏମସି ପାଖରେ ଅପରାଧୀ ମାନେ ଏକ ଡ଼କାୟତ ଯୋଜନା କରୁଥିବା ଜଣାପଡିଥିଲା। କୋଣସି ଏକ ସୂତ୍ରରୁ ଖବର ପାଇ ବଡ଼ବିଲ ପୋଲିସ ଟିମ ସହ ଅତର୍କିତ ଆକ୍ରମଣ କରିଥିଲା ଏବଂ ୬ ଜଣ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଥିଲା ।

ଅପରାଧୀଙ୍କ ଠାରୁ ଗୋଟିଏ ସ୍କର୍ପିଓ, ଏକ ବୋଲେରୋ ଓ ଏକ ବାଇକ ସହ ଗୋଟିଏ ଆମେରିକାନ ପିସ୍ତଲ ଓ ଗୁଳି ସହ ୨ଟା ଖଣ୍ଡା ଗୋଟିଏ ଦଉଲି ଓ ଗୋଟିଏ ଟାୟାର କଟର ପରି ମାରଣାସ୍ତ୍ର ସହ ୮ଟି ମୋବାଇଲ ଜବତ କରିବାରେ ସଫଳ ହୋଇଛି। ୬ ଜଣ ଅପରାଧୀଙ୍କ ମଧ୍ୟରୁ ମାଷ୍ଟରମାଇଣ୍ଡ ବଡ଼ବିଲ ଦମୁହାଟଙ୍ଗର ସୁନୀଲ ପାତ୍ର, ଝାରଖଣ୍ଡ ବଡ଼ଜାମଦାର ପରବିନ ଚୁରାଶିଆ, ନୂଆମୁଣ୍ଡି ରସଂପ୍ରଦ କୁମାର କାଳନ୍ଦୀ, ବଡବିଲ ବର୍କ୍ତ ନଗର ଏମଡ଼ି ରାଜା, ଯୋଡ଼ା ବିଚାକୁଣ୍ଡି ବିନ୍ଦା ଖଲକୋ, ଯୋଡ଼ା ସହିଦ ନଗରର ପ୍ରଶାନ୍ତ ରାଜ ବୋଲି ଜଣାପଡିଛି। ପୋଲିସ ସମସ୍ତ ଅପରାଧୀଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Aug 24, 2021, 8:39 AM IST

ABOUT THE AUTHOR

...view details