କେନ୍ଦୁଝର: ତିନି ଶହ ଲିଟରରୁ ଉର୍ଦ୍ଧ୍ବ ମହୁଲି ଓ ପାଞ୍ଚ ହଜାର ୬ ଶହ କିଲୋ ପୋଚ ଜବତ କଲା ମୋବାଇଲ ଅବକାରୀ ବିଭାଗ । ଲକ ଡାଉନ ସମୟରେ ଗ୍ରାମାଞ୍ଚଳରେ ଦେଶୀ ମଦ କାରବାର ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ବହୁ ଅଞ୍ଚଳରେ ଚଢ଼ାଉ ଜାରି ରହିଛି । ଆଜି ଟାଉନ ଥାନା ଅନ୍ତର୍ଗତ ସିରିଷପାଳ ପଞ୍ଚାୟତ ଏବଂ ଆଖପାଖ ଅଞ୍ଚଳ ଅରଡେଇ ନଦୀ କୂଳରେ ଗଢି ଉଠିଥିବା ବେଆଇନ ଦେଶୀ ମଦ ଭାଟି ଉପରେ ଚଢ଼ାଉ ପରେ ମୋବାଇଲ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା ।
ବେଆଇନ ଦେଶୀ ମଦଭାଟିରେ ଅବକାରୀ ଚଢାଉ, ମହୁଲି ଓ ପୋଚ ଜବତ - କେନ୍ଦୁଝର ପୋଲିସ ଚଢାଉ
ବେଆଇନ ଦେଶୀ ମଦ ଭାଟିରେ ଚଢାଉ କରି ମହୁଲି ଓ ପୋଚ ଜବତ କରିଛି ଅବକାରୀ ବିଭାଗ ।
poice raid on illigal liquor area in keonjhar
ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ମୋବାଇଲ ବିଭାଗ ସବ ଇନ୍ସପେକ୍ଟର ରୋହିତ ନାଏକ ତାଙ୍କ ଟିମ ସହ ଉକ୍ତ ବେଆଇନ ମଦ ଭାଟି ଗୁଡିକରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ୩୦୦ ଲିଟରରୁ ଉର୍ଦ୍ଧ୍ବ ଦେଶୀ ମହୁଲି ଜବତ କରିବା ସହ ୫୬୦୦ କିଲୋଗ୍ରାମରୁ ଉର୍ଦ୍ଧ୍ବ ଦେଶୀ ମହୁଲି ପୋଚ ନଷ୍ଟ କରିଥିଲେ । ଏହାସହ ଏହି ଭାଟିରେ ବ୍ୟବହୃତ ବିଭିନ୍ନ ସରଞ୍ଜାମ ଜବତ କରିଛି ମୋବାଇଲ ଅବକାରୀ ବିଭାଗ । ଆଗାମୀ ଦିନରେ ଏହିପରି ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦେଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ