କେନ୍ଦୁଝର: କେବଳ ସେଲିବ୍ରେସନ ନୁହେଁ ବରଂ କିଛି ସୁସ୍ଥ ପରିବର୍ତ୍ତନ ହିଁ 150ତମ ଗାନ୍ଧୀଜୟନ୍ତୀକୁ ସଫଳ କରିବ । ଏଥିପାଇଁ ଆଜିଠାରୁ ସମଗ୍ର ଦେଶରେ ପ୍ଲାଷ୍ଟିକ ବର୍ଜନ ନେଇ ଲାଗୁ କରିଛି କଡା ନିୟମ । ଏହି ନିୟମକୁ ସଠିକ ଦିଗରେ କାର୍ଯ୍ୟକାରୀ ପାଇଁ କେଉଁଝର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ଅନନ୍ୟ କଳାକୃତି । ଆଉ ଏହାକୁ କରିଛନ୍ତି ଜିଲ୍ଲାର ଜଣାଶୁଣା କଳାକାର ସନ୍ତୋଷ ମହାନ୍ତ ।
ଗାନ୍ଧୀଙ୍କ ଚିତ୍ରରେ ପ୍ଲାଷ୍ଟିକ ବ୍ୟାନ ବାର୍ତ୍ତା - gandhi 150th birthday
ଭିନ୍ନ ଚିନ୍ତାଧାରାରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଏକ ଅନନ୍ୟ କଳାକୃତି ଯାହା ବାପୁଙ୍କ ବିଚାରକୁ ପ୍ରତିଫଳିତ କରୁଛି । ଜିଲ୍ଲାର ଜଣାଶୁଣା କଳାକାର ସନ୍ତୋଷ ମହାନ୍ତ ଏହାକୁ ତିଆରି କରିଛନ୍ତି ।
ଗାନ୍ଧୀଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଛି କେନ୍ଦୁଝର ପ୍ରଶାସନ । ଜିଲ୍ଲା ମୁଖିଆଙ୍କ କାର୍ଯ୍ୟାଳୟ ଆଗରେ ଅଙ୍କାଯାଇଛି ବାପୁଙ୍କ ସାଧାରଣ ଚିତ୍ର । ସିଙ୍ଗଲ ୟୁଜ ପଲିଥିନରେ ବାଲି ଭର୍ତ୍ତି କରି ଏକ ସୂତା ମାଧ୍ୟମରେ ଟଙ୍ଗାଯାଇଛି । ଆଉ ପଛରେ ପ୍ରତୀୟମାନ ହେଉଛି ଅବିକଳ ଗାନ୍ଧୀଙ୍କ ମୁହଁ । ସନ୍ତୋଷଙ୍କ ଏହି ନିଆରା ଓ ଶିକ୍ଷଣୀୟ କଳାକୁ ଦେଖି ବାଟୋଇ ବି ଅଧାରେ ଅଟକିଯାଉଛନ୍ତି । ଏହି କଳା ଗାନ୍ଧୀଙ୍କ ମହତ ବିଚାରଧାରାର ପ୍ରତୀକ ।
ଗାନ୍ଧୀଙ୍କ ବିଚାରରେ ସ୍ବଚ୍ଛ ପରିବେଶ ହିଁ ସୁସ୍ଥ ସ୍ବାସ୍ଥ୍ୟର ରହସ୍ୟ । ହେଲେ ପରିବେଶକୁ ବହୁଳ ମାତ୍ରାରେ ପ୍ରଦୂଷିତ କରୁଥିବା ପଲିଥିନର ବ୍ୟବହାର ବର୍ତ୍ତମାନ ସମୟରେ ବଢିଚାଳିଛି । ଏହା ଉପରେ କଟକଣା ଲଗାଯାଇଥିଲେ ସୁଦ୍ଧା ନିୟମ ପାଳିବାକୁ ସବୁ ଅମଙ୍ଗ । ଏଥିଯୋଗୁଁ ତାଙ୍କ ଜନ୍ମଦିନରେ କଳା ଜରିଆରେ ଏଭଳି ସନ୍ଦେଶ ଦେଇ ଲୋକଙ୍କୁ ସଚେତନ କରାଇଛନ୍ତି ସନ୍ତୋଷ । ସନ୍ତୋଷ ପୂର୍ବରୁ କାଠି ମାଧମରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି କରିଥିବା ବେଳେ ବିଶେଷ କଳାକୃତି କରିବାରେ ସେ ସାରା ରାଜ୍ୟରେ ବେଶ ଲୋକପ୍ରିୟ ହୋଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ