ଆନନ୍ଦପୁର: ବୈତରଣୀ ନଦୀ ଉପରେ ଥିବା ଆନନ୍ଦପୁର ପୋଲର ପିଲାର ବେରିଙ୍ଗ ଏକ ବର୍ଷ ତଳେ ଦବି ଯାଇଥିଲା । ଏହା ଦବି ଯିବାର ଏକ ବର୍ଷ ପରେ ମରାମତି କାର୍ଯ୍ୟ ପାଇଁ ଟେଣ୍ଡର ବି ହୋଇଥିଲା । କିନ୍ତୁ ଏବେ ରଜ ସମୟରେ ମରାମତି କାର୍ଯ୍ୟ ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ 5 ଦିନ ଧରି ଯାତାୟତ ବନ୍ଦ କରାଯାଇଛି । ରଜପର୍ବ ସମୟରେ ଗମନାଗମନ ବନ୍ଦକୁ ନେଇ ଜନ ଅସନ୍ତୋଷ ଦେଖାଯାଇଛି ।
ରଜ ସମୟରେ ଆନନ୍ଦପୁର ପୋଲକାମକୁ ବିରୋଧ - kendujhar
ରଜପର୍ବ ସମୟରେ ପୋଲ ମରାମତିକୁ ନେଇ ଜନ ଅସନ୍ତୋଷ ଦେଖାଯାଇଛି ।
ଫଟୋ ସୌଜନ୍ୟ: ପ୍ରତିନିଧି, କେନ୍ଦୁଝର
ଏହି ପୋଲ ଦେଇ ଭଦ୍ରକ, କରଞ୍ଜିଆ, ବାଲେଶ୍ଵର, କେନ୍ଦୁଝର, ଭୁବନେଶ୍ୱର ଓ କଟକକୁ ଯାତାୟତ ହୋଇଥାଏ । ଅଞ୍ଚଳବାସୀ ପୋଲ କାମକୁ ସ୍ୱାଗତ କରିଥିବା ବେଳେ ରଜ ସମୟରେ ପାଞ୍ଚ ଦିନ ଧରି ପୋଲ ଉପରେ ଯାତାୟାତ ବନ୍ଦ ହେବାକୁ ନାପସନ୍ଦ କରିଛନ୍ତି । ତେଣୁ ରଜ ସମୟରେ ପୋଲ କାମ ବନ୍ଦ କରାଯିବାକୁ ଦାବି ହେଉଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ