ଓଡିଶା

odisha

ETV Bharat / state

କୋରୋନା ପ୍ରଭାବ, ହାତ ବାନ୍ଧି ବସିଛନ୍ତି ଖଲିପତ୍ର ବିକାଳୀ - କେନ୍ଦୁଝର ଖବର

କୋରୋନା ପ୍ରଭାବ । ହାତ ବାନ୍ଧି ବସିଛନ୍ତି ଖଲିପତ୍ର ବିକାଳୀ । ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି । ଅଧିକ ପଢନ୍ତୁ...

patravali seller lost their livehood due to corona in kendujhar
କରୋନା ପ୍ରଭାବ, ହାତ ବାନ୍ଧି ବସିଛନ୍ତି ଖଲିପତ୍ର ବିକାଳୀ

By

Published : Apr 8, 2020, 4:27 PM IST

କେନ୍ଦୁଝର : କୋରୋନା ଠପ କରି ଦେଇଛି ଜୀବନ ଜୀବିକା । ଖଲିପତ୍ର ବିକ୍ରି କରି ପେଟ ପୋଷୁଥିବା ମଣିଷ ଚିନ୍ତାରେ । ହାତରେ ପଇସା ନଥିବାରୁ ଘରେ ଚୁଲି ଜଳୁନି । ସରକାର ମଧ୍ୟ ସାହାଯ୍ୟ କରୁନାହାଁନ୍ତି । ଯାହା ସଞ୍ଚିତ ଧନ ଥିଲା ତାହା ମଧ୍ୟ ଖର୍ଚ୍ଚ ହୋଇ ଯାଇଛି । ଆମେ କହୁଛୁ କେନ୍ଦୁଝର ଢ଼ିପା ସାହିର ଖଲିପତ୍ର ବିକାଳୀଙ୍କ କଥା । ଲକ ଡାଉନ ଯୋଗୁଁ, ଖଲି ପତ୍ର ବିକ୍ରି କରିବାକୁ ବଜାରକୁ ନେଇ ପାରୁ ନାହାଁନ୍ତି । ବଜାରକୁ ଗଲେ ,ପୋଲିସ ପିଟୁଥିବା କହିଛନ୍ତି ମହିଳା । ଏପରିକି, ଦୋକାନ ବଜାର ବନ୍ଦ ଥିବାରୁ ପୂର୍ବରୁ ପ୍ରସ୍ତୁତ ଖଲି ଚଉତି ସବୁ ଶୁଖି ନଷ୍ଟ ହୋଇଗଲାଣି ।

କରୋନା ପ୍ରଭାବ, ହାତ ବାନ୍ଧି ବସିଛନ୍ତି ଖଲିପତ୍ର ବିକାଳୀ

ଦିନେ ପ୍ଳାଷ୍ଟିକ ବର୍ଜନ ପାଇଁ ପ୍ରଶାସନ ଏହି ଖଲି ଚଉତିକୁ ଅଗ୍ରାଧିକାର ଦେବା ପାଇଁ ଅଣ୍ଟା ଭିଡିଥିଲା । ହେଲେ, ପ୍ରଶାସନ ବି ଏବେ ଏମାନଙ୍କ ସମସ୍ୟା ବୁଝୁନି । ଅଭାବ ଅନଟନରେ ରହୁଥିଲେ ମଧ୍ୟ ସହାୟତା ମିଳୁନି । ଯଦି ସରକାର ପତ୍ର ବିକାଳୀଙ୍କ ପାଇଁ କିଛି ବ୍ୟବସ୍ଥା କରନ୍ତେ ,ତେବେ ଏମାନଙ୍କ ସମସ୍ୟା ଦୂର ହୋଇ ଯାଆନ୍ତା ବୋଲି କହିଛନ୍ତି ମହିଳା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details