ଓଡିଶା

odisha

ETV Bharat / state

ଡିଏମଏଫ ପାଣ୍ଠିରେ ରୋଗୀ ସହାୟତା କେନ୍ଦ୍ର 'ସଂଜୀବନୀ' ଉଦଘାଟିତ - keonjhar latest news

କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠିର ସହାୟତାରେ ରୋଗୀ ସହାୟତା କେନ୍ଦ୍ର ଓ ରୋଗୀ ରହଣି କେନ୍ଦ୍ର ‘ସଂଜୀବନୀ’ର ଉଦଘାଟନ କରାଯାଇଛି । ଅଧିକ ପଢନ୍ତୁ...

patient-help-desk-sanjibani-started-by-the-help-of-kenjhar-district-monitary-fund
ଡିଏମଏଫ ପାଣ୍ଠିରେ ରୋଗୀ ସହାୟତା କେନ୍ଦ୍ର 'ସଂଜୀବନୀ' ଉଦଘାଟିତ

By

Published : Mar 5, 2020, 9:00 PM IST

କେନ୍ଦୁଝର: ଗୁରୁବାର କେନ୍ଦୁଝର ଜିଲ୍ଲାରେ ‘ଡିଏମ୍‌ଏଫ୍‌-ସଂଜୀବନୀ’ ରୋଗୀ ସହାୟତା କେନ୍ଦ୍ର ଓ ରୋଗୀ ସହାୟକ ରହଣି କେନ୍ଦ୍ରର ଉଦଘାଟନ କରାଯାଇଛି । ସେହିଭଳି କଟକ ବଡ ଡାକ୍ତରଖାନା ପରିସରରେ ଉକ୍ତ ଡିଏମ୍‌ଏଫ୍‌-ସଂଜୀବନୀ” ରୋଗୀ ସହାୟତା କେନ୍ଦ୍ର ଓ ରୋଗୀ ସହାୟକ ରହଣି କେନ୍ଦ୍ରର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି ।

ଡିଏମଏଫ ପାଣ୍ଠିରେ ରୋଗୀ ସହାୟତା କେନ୍ଦ୍ର 'ସଂଜୀବନୀ' ଉଦଘାଟିତ

ଓଡ଼ିଶାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଏହାକୁ ଆନୁଷ୍ଠାନିକ ଭାବେ କଟକ ବଡ ମେଡିକାଲ ପରିସରରେ ଉଦଘାଟନ କରିଥିବାବେଳେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଜିଲ୍ଲାର ସାଂସଦ ଓ ବିଧାୟକମାନେ ସମାରୋହରେ ଯୋଗ ଦେଇଥିଲେ । କେନ୍ଦୁଝର ଜିଲ୍ଲାର ରୋଗୀମାନେ କିପରି କଟକ ବଡ଼ ମେଡିକାଲରେ ସୁବିଧାରେ ଚିକିତ୍ସିତ ହୋଇପାରିବେ ସେଥିପାଇଁ ଡିଏମ୍‌ଏଫ୍‌ (ଜିଲ୍ଲା ଖଣିଜ ପ୍ରତିଷ୍ଠାନ) ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ହେଲ୍ପ ଡେସ୍କ ଉପଲବ୍ଧ ଥିବା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଚମ୍ପୁଆ ଓ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଏବଂ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଯେଉଁ ରୋଗୀମାନଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ସ୍ତାନାନ୍ତର କରାଯିବ । ଏହି କାର୍ଯ୍ୟକ୍ରମ ଦ୍ବାରା ରୋଗୀ ଓ ତାଙ୍କ ସହାୟକ(ଆଟେଣ୍ଡାଣ୍ଟ)ମାନେ ଉପକୃତ ହୋଇପାରିବେ ।

ଏତଦ ବ୍ୟତୀତ ଜିଲ୍ଲାର ଅନ୍ୟାନ୍ୟ ସରକାରୀ ଚିକିତ୍ସାଳୟରୁ ଉପରୋକ୍ତ ଚିକିତ୍ସାଳୟ ଜରିଆରେ ସ୍ଥାନାନ୍ତର ହେଉଥିବା ରୋଗୀ ଏବଂ ଆଟେଣ୍ଡାଣ୍ଟ ମାନେ ମଧ୍ୟ ଉପକୃତ ହୋଇପାରିବେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details