ଆନନ୍ଦପୁର: ଆରମ୍ଭ ହୋଇଯାଇଛି ପଞ୍ଚୁକ ବ୍ରତ । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି କେନ୍ଦୁଝର ଜିଲ୍ଲା ଶାଳପଡା ସ୍ଥିତ ଶିବ ମନ୍ଦିର । ବ୍ରତଧାରୀମାନେ ଏଠାରେ ରହି ରାଇଦାମୋଦର ପୂଜା, ଲଷ୍ମୀ ନାରାୟଣ ପୂଜା କରିଥାନ୍ତି ।
ହବିଷ୍ୟାଳିଙ୍କ ରାଇଦାମୋଦର ପୂଜା ଆଖପାଖ ଗ୍ରାମରୁ ଆସିଥିବା ହବିଷ୍ୟାଳିମାନେ ସଂସାର ଜଞ୍ଜାଳ ଛାଡି ଏଠାରେ ସମସ୍ତେ ଏକାଠି ହୋଇଥାନ୍ତି ଓ ହରିନାମ ଜପିବା ସହ ହରିକଥା ଶୁଣିଥାନ୍ତି ।
ଆଖପାଖ ଗାଁରୁ ହବିଷ୍ୟାଳିମାନେ ମନ୍ଦିର ପରିସରରେ ରହି ତାଙ୍କର ସ୍ବତନ୍ତ୍ର ପୂଜା କରିଥାନ୍ତି। ସକାଳୁ ସ୍ନାନ କରି ଚଉରା ମୂଳେ ମୁରୁଜ ପକାଇ ରାଇଦାମୋଦର ପୂଜା, ଲାଷ୍ମୀନାରାୟଣ ପୂଜା କରିଥାନ୍ତି। ନିଷ୍ଠାର ସହ ନିଜକୁ ସମର୍ପି ପୂଜା କଲେ ଭଗବାନ ଶ୍ରୀକୃଷ୍ଣ ପ୍ରାପ୍ତି ହୋଇଥାଏ ଏବଂ ସଂସାର ଜଞ୍ଜାଳରୁ ମୁକ୍ତି ମିଳିଥାଏ ବୋଲି କହିଛନ୍ତି ହବିଷ୍ୟାଳିମାନେ ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ