କେନ୍ଦୁଝର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରୁ ଦୁର୍ନୀତିର ମୂଳୋତ୍ପାଟନ ପାଇଁ କଡା ନିର୍ଦେଶ ଦେଇଛନ୍ତି । ଅନ୍ୟପଟେ ଖୋଦ ପଞ୍ଚାୟତ କାର୍ଯ୍ୟାଳୟରେ ଚାଲୁଛି ଗଦାଗଦା ଦୁର୍ନୀତି । ଏପରିକି ଲୋକଙ୍କ ଦ୍ବାରା ନିର୍ବାଚିତ ଜନପ୍ରତିନିଧିଙ୍କୁ ସରପଞ୍ଚ ଆବଶ୍ୟକ ସୂଚନା ଦେଉନାହାନ୍ତି । ତା ସହ କେଉଁ ୱାର୍ଡରେ କଣ କାମ ହେଉଛି ତାହା ମଧ୍ୟ ୱାର୍ଡମେମ୍ବର ଜାଣି ପାରୁନାହାଁନ୍ତି। ବିନା ବୈଠକରେ ବିନା ଅନୁମୋଦନରେ ଦସ୍ତଖତ କରିବା ପାଇଁ ବାଧ୍ୟ କରାଯାଉଛି । ଯାହାକୁ ନେଇ ଆଜି କେନ୍ଦୁଝର ଜିଲ୍ଲା ଶିରିଷପାଳ ପଞ୍ଚାୟତରେ ଘଟିଛି ଅଭାବନୀୟ କାଣ୍ଡ । ଦୀର୍ଘଦିନର ଅସନ୍ତୋଷକୁ ନେଇ ଆଜି ପଞ୍ଚାୟତ ଅଫିସରେ ତାଲା ପକାଇଛନ୍ତି ସମସ୍ତ ୱାର୍ଡର ୱାର୍ଡମେମ୍ବର।
ଦୂର୍ନିତୀର ଚରମସୀମା; ପଞ୍ଚାୟତ କାର୍ଯ୍ୟାଳୟରେ ପଡିଲା ତାଲା
ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣିଲେନି ଅଧିକାରୀ । ପଞ୍ଚାୟତରେ ତାଲା ପକାଇଲେ ୱାର୍ଡମେମ୍ବର ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
ସେମାନେ ଅଭିଯୋଗ କରିଛନ୍ତି ପଞ୍ଚାୟତରେ ଅନେକ ଦୁର୍ନୀତି ହେଉଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ। ବିଡିଓଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଫଳରେ ଆଜି ପିଇଓଙ୍କୁ ପଞ୍ଚାୟତ ଅଫିସରେ ତାଲା ପକାଇଛନ୍ତି । ପିଇଓ କହିଛନ୍ତି ସରପଞ୍ଚଙ୍କ ସହ ଝଗଡା କାରଣରୁ ତାଙ୍କୁ ତାଲା ପକାଯାଇଛି।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ