ଓଡିଶା

odisha

ETV Bharat / state

ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ବନ୍ଦକୁ ପହଣ୍ଡିଆ ସଙ୍ଘର ବିରୋଧ - Baldevji rath yatra matter

ସୁପ୍ରିମକୋର୍ଟଙ୍କ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ବନ୍ଦ ନିଷ୍ପତିକୁ ନେଇ ବିରୋଧ କରିଛି ପହଣ୍ଡିଆ ସଙ୍ଘ । ଏନେଇ ଜିଲ୍ଲାପାଳ ମନ୍ଦିରର ବରିଷ୍ଠ ସେବାୟତଙ୍କ ସହ ଆଲୋଚନା ପରେ ରଥଯାତ୍ରା ବନ୍ଦ ନେଇ ନିର୍ଦ୍ଦେଶ ଦେଇଥିଲେ ।

decision of Baldevji rath yatra matter
ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ବନ୍ଦକୁ ବିରୋଧ

By

Published : Jun 21, 2020, 10:32 PM IST

କେନ୍ଦୁଝର: କୋଭିଡ-19 ଭୁତାଣୁକୁ ଦୃଷ୍ଟିରେ ରଖି ରାଜ୍ୟର କୌଣସି ସ୍ଥାନରେ ରଥଯାତ୍ରା ନକରିବାକୁ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ଯାହାକୁ ନେଇ ପୁରୀ ସମେତ ଓଡିଶାର ବିଭିନ୍ନ ସ୍ଥାନରେ ବିରୋଧର ସ୍ବର ଦେଖିବାକୁ ମିଳୁଛି । ଏନେଇ ସୁପ୍ରିମକୋର୍ଟରେ ମଧ୍ୟ ରିଭ୍ୟୁ ପିଟିସନ ଦାଖଲ ହୋଇଛି । ସୁପ୍ରିମକୋର୍ଟଙ୍କ ଆଦେଶ ପରେ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ମଧ୍ୟ ବନ୍ଦ ହୋଇଛି ।

ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ବନ୍ଦକୁ ବିରୋଧ

ରବିବାର ଏହି ରଥଯାତ୍ରା ବନ୍ଦକୁ ବିରୋଧ କରିଛି ପହଣ୍ଡିଆ ସଙ୍ଘ । ଏନେଇ ଜିଲ୍ଲାପାଳ ମନ୍ଦିରର ବରିଷ୍ଠ ସେବାୟତଙ୍କ ସହ ଆଲୋଚନା ପରେ ରଥଯାତ୍ରା ବନ୍ଦ ନେଇ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ସହ ବିନା ଆଲୋଚନାରେ ପ୍ରଶାସନ ଏଭଳି ଆଦେଶ ଦେଇଥିବା ବେଳେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ଘୋଷଯାତ୍ରା ହେବା ପାଇଁ ନିବେଦନ କରିଛି ସଙ୍ଘ ।

ଏନେଇ ରବିବାର ସନ୍ଧ୍ୟାରେ ପହଣ୍ଡିଆ ସଙ୍ଘର କର୍ମକର୍ତ୍ତା ମାନେ ଆସି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ମାତ୍ର ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ରଥଯାତ୍ରା ବନ୍ଦ ହୋଇଛି । ଜିଲ୍ଲା ପ୍ରଶାସନ ମଧ୍ୟ ରଥଯାତ୍ରା ଆୟୋଜନ କରିବ ନାହିଁ ବୋଲି ସୂଚନା ମିଳିଛି । ଅନ୍ୟପଟେ ଆସନ୍ତାକାଲି(ସୋମବାର) ପୁରୀରେ ରଥଯାତ୍ରା ଆୟୋଜନ ନେଇ ପୁନର୍ବିଚାର କରିବାକୁ ହୋଇଥିବା ଆବେଦନର ଶୁଣାଣି ହେବ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details