ଓଡିଶା

odisha

ETV Bharat / state

ନିର୍ବାଚନରେ ସାମିଲ ହେବା ପାଇଁ ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ଭୋଟ ଅପିଲ - କେନ୍ଦୁଝର

ଆସୁଛି ସାଧାରଣ ନିର୍ବାଚନ । ଏନେଇ ସାରା ଦେଶରେ ସରଗରମ ହେଲାଣି ନିର୍ବାଚନୀ ମାହୋଲ । ସମସ୍ତ ଦଳ ନିଜ ନିଜର ପ୍ରାର୍ଥୀଙ୍କୁ ନିର୍ବାଚନୀ ମୈଦାନରେ ଓହ୍ଲାଇ ସାରିଲେଣି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Mar 28, 2019, 10:12 PM IST

କେନ୍ଦୁଝର: ଆସୁଛି ସାଧାରଣ ନିର୍ବାଚନ । ଏନେଇ ସାରା ଦେଶରେ ସରଗରମ ହେଲାଣି ନିର୍ବାଚନୀ ମାହୋଲ । ସମସ୍ତ ଦଳ ନିଜ ନିଜର ପ୍ରାର୍ଥୀଙ୍କୁ ନିର୍ବାଚନୀ ମୈଦାନରେ ଓହ୍ଲାଇ ସାରିଲେଣି । ପ୍ରତିଥର ପରି ଚଳିତ ଥର ମଧ୍ୟ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବହୁ ଦାଗୀ ଓ ଭ୍ରଷ୍ଟ ନେତାଙ୍କୁ ଦଳୀୟ ଟିକେଟ ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ତେବେ ନିର୍ବାଚନକୁ ହିଂସାମୁକ୍ତ କରିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇସାରିଛି ସରକାରୀ ତନ୍ତ୍ର । ଚଳିତ ନିର୍ବାଚନରେ ସମସ୍ତ ଭୋଟର ଯେପରି ଭୋଟ ଦେଇ ପାରିବେ, ସେ ନେଇ ଜିଲ୍ଲାରେ ବହୁ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଯୋଗ୍ୟ ପ୍ରାର୍ଥୀ ଦେଖି ଭୋଟ ଦେବାକୁ ମଧ୍ୟ ଏହି ସଚେତନତା ଯାତ୍ରାରେ ଆହ୍ବାନ ଦେଇଛନ୍ତି ପଦ୍ମଶ୍ରୀ ଦୈତାରୀ ନାଏକ ।

ଭୋଟ ଦେଲେ ନିଜ ଅଞ୍ଚଳର ବିକାଶ ହେବ । ତେଣୁ ମତଦାନରେ ନିହାତି ସାମିଲ ହେବା ପାଇଁ ଆହ୍ଵାନ ଦେଇଛନ୍ତି ଦୈତାରୀ । ଏଥିସହ ନିର୍ବାଚନରେ ଘରେ ନ ବସି ନିହାତି ଭୋଟ ଦେବାକୁ ଅପିଲ କରିଛନ୍ତି ପଦ୍ମଶ୍ରୀ ଦୈତାରୀ ନାଏକ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details