କେନ୍ଦୁଝର: ମାଉଣ୍ଟେନ ମ୍ୟାନ ପଦ୍ମଶ୍ରୀ ଦୈତାରୀ ନାଏକ ଏବେ ସରକାରୀ ସାହାଯ୍ୟ ପାଇବାରୁ ବଞ୍ଚିତ। ପାହାଡ କାଟି ପାଣି ଆଣି ଟାଙ୍ଗରା ଭୂମିରେ ଫସଲ ଫଳାଇଥିବା ଦୈତାରୀଙ୍କୁ ଏପର୍ଯ୍ୟନ୍ତ ମିଳିନି ସରକାରୀ ସହାୟତା । ମାସକୁ 10 ହଜାର ଟଙ୍କା ଦେବାକୁ ସରକାର ଜୁଲାଇରୁ ଘୋଷଣା କରିଥିବା ବେଳେ ତାଙ୍କୁ ଏପର୍ଯ୍ୟନ୍ତ ମିଳିପାରିନି ଅର୍ଥ।
ପାହାଡ କାଟି କେନ୍ଦୁଝରର ତଳ ବୈତରଣୀ ଗାଁରେ ପାଣି ପହଞ୍ଚାଇଥିବାରୁ ତାଙ୍କୁ ମିଳିଥିଲା ପଦ୍ମଶ୍ରୀ ପୁରସ୍କାର । ତେବେ ଏହା ପରେ ମୂଲମଜୁରୀ ଲାଗି ଦିନ କାଟୁଥିବା ଦୈତାରୀଙ୍କୁ ଆଉ କେହି କାମକୁ ଡାକି ନଥିଲେ । ଫଳରେ ସେ ଆର୍ଥିକ ଅନଟନ ଭିତରେ ଗତି କରିବା ଆରମ୍ଭ କଲେ ।