କେନ୍ଦୁଝର:ତ୍ରିସ୍ତରୀୟ ନିର୍ଵାଚନର ବିଗୁଲ ବାଜି ସାରିଛି । ରାଜ୍ୟର ସମସ୍ତ ପ୍ରମୁଖ ଦଳ ସହ ବହୁ ସ୍ବାଧୀନ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ଜିଲ୍ଲା ପରିଷଦ ଆସନ ପାଇଁ ପଦ୍ମଶ୍ରୀ ଦୈତାରୀଙ୍କ ବୋହୂ ରଙ୍ଗବତୀ ନାଏକ ପ୍ରାର୍ଥପତ୍ର ଦାଖଲ କରିଛନ୍ତି ।
ଜିଲ୍ଲାର ବିଜେଡି଼ ଓ ବିଜେପି ସମସ୍ତ ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଂଗ୍ରେସ ସମସ୍ତ ଆସନରେ ପ୍ରାର୍ଥୀ ଦେଇ ପାରିନଥିବା ବେଳେ ୨୫ ନଂ ଜୋନରୁ ଜଣେ ମହିଳା ଆଦିବାସୀଙ୍କୁ ପ୍ରାର୍ଥୀ କରିଛି । ଏହି ମହିଳା ଆଦିବାସୀ ହେଉଛନ୍ତି ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ବଡ଼ ବୋହୂ ରଙ୍ଗବତୀ ନାଏକ । ପଦ୍ମଶ୍ରୀ ଦୈତାରୀ ମଧ୍ୟ ତାଙ୍କ ବୋହୂଙ୍କ ପାଇଁ ଏକ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ ।