କେନ୍ଦୁଝର: ପଦ୍ମଶ୍ରୀଙ୍କ ଦୁଃଖ ଶୁଣିଲେ ସରକାର । ଦୈତାରୀ ନାଏକଙ୍କୁ ମିଳିଲା 3 ମାସର ପେନସନ 30 ହଜାର ଟଙ୍କା । ଦୈତାରୀଙ୍କ ବ୍ୟତୀତ ତୁଳସୀ ମୁଣ୍ଡାଙ୍କ ଆକାଉଣ୍ଟକୁ ମଧ୍ୟ ସମାନ ପରିମାଣର ଟଙ୍କା ପଠାଯାଇଛି । ଆଗାମୀ ଦିନରେ ପ୍ରତି ମାସକୁ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି ।
‘ପଦ୍ମଶ୍ରୀ’ଙ୍କ ଦୁଃଖ ଶୁଣିଲେ ସରକାର, ଦେଲେ 3 ମାସର ପେନସନ - ଦୈତାରୀ ନାୟକଙ୍କୁ ମିଳିଲା ଟଙ୍କା
ବହୁ ବିଚାର ବିମର୍ଶ, ଖବର ଅଭିଯୋଗ ପରେ ଓଡିଶାର ଗର୍ବ ପଦ୍ମଶ୍ରୀ ଉପାଧିରେ ଭୁଷିତ ଦୈତାରୀ ନାୟକଙ୍କ ଦୁଃଖ ବୁଝିଲେ ସରକାର । ଦେଲେ ଘୋଷଣା ମୁତାବକ ବକେୟା 3 ମାସର ପେନସନ ଟଙ୍କା ।
ଫଟୋ ସୌଜନ୍ୟ-ସମ୍ବାଦଦାତା, କେନ୍ଦୁଝର
ଭିଡିଓ ସୌଜନ୍ୟ-ସମ୍ବାଦଦାତା, କେନ୍ଦୁଝର
ଗତ ଜୁଲାଇ ମାସରେ ସରକାର ସମସ୍ତ ପଦ୍ମଶ୍ରୀ ଉପାଧିଧାରୀଙ୍କୁ 10 ହଜାର ଟଙ୍କା ମାସିକ ପାରିତୋଷିକ ଦେବେ ବୋଲି ଘୋଷଣା କରିଥିଲେ । ଏ ନେଇ ମାଉନଟେନ ମ୍ୟାନ ଦୈତାରୀଙ୍କ ମନରେ ନୂଆ ସଂଚାର ଭରିଯାଇଥିଲା । ସବୁ ଅଭାବ ଦୂର ହେବ ବୋଲି ସେ ଆଶା କରିଥିଲେ । କିନ୍ତୁ ସମସ୍ୟା ସମାଧାନ ହେବା ବଦଳରେ ଆହୁରି ବଢିଥିଲା । ଏଣୁ ସେ ପଦ୍ମଶ୍ରୀ ଫେରାଇବେ ବୋଲି ବି ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତେବେ ତାଙ୍କ ସମସ୍ୟା ଓ ଅଭିଯୋଗ ଆମ ଚ୍ୟାନେଲରେ ପ୍ରକାଶିତ ହେବା ପରେ ସରକାର ଜୁଲାଇ ମାସରୁ ତିନି ମାସର ବକେୟା ଟଙ୍କା ପ୍ରଦାନ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ
Last Updated : Oct 19, 2019, 12:00 AM IST