କେନ୍ଦୁଝର:ଆରମ୍ଭ ହେଲା ପିଏସଏ ଅକ୍ସିଜେନେରେଟର ସେବା । କେନ୍ଦୁଝର ଜିଲ୍ଲା ରାଙ୍କି ସ୍ଥିତ କୋଭିଡ଼ ଡାକ୍ତରଖାନାରେ ପ୍ରଥମ କରି ଆରମ୍ଭ ହୋଇଛି ପିଏସଏ ଟେକ୍ନୋଲୋଜି ବିଶିଷ୍ଟ ଅକ୍ସିଜେନେରେଟର ।
ଏହି ଜେନେରରେଟର ଶତକଡା ୯୫% ସ୍ବଚ୍ଛ ଅମ୍ଳଜାନ ଉତ୍ପାଦନ କରୁଥିବା ବେଳେ ଗୋଟିଏ ଦିନରେ ୮.୫ଲକ୍ଷ ଲିଟର ଅକ୍ସିଜେନ ଯୋଗାଇବା କ୍ଷମତା ରଖିଛି। ଯାହାକୁ ନଜରରେ ରଖି କୋଭିଡ଼ ଡାକ୍ତରଖାନାରେ ଆଇସିୟୁ ସଂଖ୍ୟା ବୃଦ୍ଧି କରାଯାଇଛି । କୋଭିଡ଼ର ପ୍ରଥମ ଲହରରେ ୧୪ଟି ଆଇସିୟୁ ଥିବା ବେଳେ ଦ୍ବିତୀୟ ଲହରୀରେ ଅକ୍ସିଜେନ ଆବଶ୍ୟକ କରୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ଏହି ବେଡ଼ ସଂଖ୍ୟା ୪୫ କୁ ବୃଦ୍ଧି କରାଯାଇଛି । ଯଦି ହିସାବକୁ ଦେଖାଯାଏ ଏହି ୪୫ ଟି ଆଇସିୟୁ ପାଇଁ ଦିନକୁ ୯୦ ଜୁମ୍ବୋ ସିଲିଣ୍ଡର ଆବଶ୍ୟକ ପଡେ ।