କେନ୍ଦୁଝର: ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଅଛନ୍ତି କେନ୍ଦ୍ର ଜଳ ସମ୍ପଦ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଗ୍ରସ୍ତ ସମୟରେ ସେ ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ତାଙ୍କର ଏକ ସ୍ବତନ୍ତ୍ର ସାକ୍ଷାତକାର ନେଇଥିଲେ ଆମ କେନ୍ଦୁଝର ପ୍ରତିନିଧି । ଆଦିବାସୀଙ୍କ ବିକାଶ ପାଇଁ ସେ ସର୍ବଦା ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଗସ୍ତରେ ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ଓ ରାହସ ମନ୍ଦିରରେ ଦର୍ଶନ କରିଛନ୍ତି ।
ଜିଲ୍ଲାରେ ଅଟକି ରହିଥିବା ଅନେକ ବିକାଶ ମୂଳକ କାର୍ଯ୍ୟକୁ ଆଗକୁ ନେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଟୁଡୁ । କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏହାର ବିକାଶ ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ ବୋଲି କହିଛନ୍ତି ମନ୍ତ୍ରୀ । ଏହା ସହ କେନ୍ଦ୍ରୀୟ ଉନ୍ନୟନ ଯୋଜନା ଗୁଡିକରେ କିପରି ଏହି ଆଦିବାସୀମାନେ ଲାଭ ନେଇପାରିବେ ସେନେଇ ମନ୍ତ୍ରୀ ବଦ୍ଧ ପରିକର ବୋଲି ପ୍ରକାଶ କରିଥିଲେ ।