ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ତରତରା ପଞ୍ଚାୟତ ଦୁଡୁଗାଁର ଦିଲ୍ଲୀପ ଚକ୍ର ନାମକ ଜଣେ ଯୁବକଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି। ଯୁବକ ଜଣକ କୌଣସି କାମରେ କାଠକଟାକୁ ଯାଉଥିବା ସମୟରେ କାଳବୈଶାଖୀ ଜନିତ ବର୍ଷା ଓ ବିଜୁଳି ହେବା ଯୋଗୁ ଗୋଟିଏ ଗଛ ମୂଳରେ ଠିଆ ହୋଇଥିଲେ।
ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର - One person was killed and another was seriously injured in the lighting
ବଜ୍ରାଘାତରେ ଜଣେ ମୃତ ଅନ୍ୟଜଣେ ଗୁରୁତର । ଯୁବକ ଜଣକ କୌଣସି କାମରେ କାଠକଟାକୁ ଯାଉଥିବା ସମୟରେ କାଳବୈଶାଖୀ ଜନିତ ବର୍ଷା ହୋଇଥିଲା । ଅଧିକ ପଢନ୍ତୁ...
![ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର One person was killed and another was seriously injured in the lighting](https://etvbharatimages.akamaized.net/etvbharat/prod-images/768-512-7533684-972-7533684-1591630269243.jpg)
ବଜ୍ରାଘାତରେ ଜଣେ ମୃତ ଅନ୍ୟଜଣେ ଗୁରୁତର
ବଜ୍ରାଘାତରେ ଜଣେ ମୃତ ଅନ୍ୟଜଣେ ଗୁରୁତର
ସେହି ସମୟରେ ବଜ୍ରପାତ ହେବାରୁ ତାଙ୍କ ଶରୀର ପୋଡିଯିବା ସହିତ ମୃତ୍ୟୁ ଘଟିଛି। ସେହିଭଳି ଅନ୍ୟ ଏକ ଘଟଣାରେ କାଠକଟା ପଞ୍ଚାୟତ ଯୋଗିଆବନ୍ଧ ଗାଁରେ ଚଞ୍ଚଳା ମହାନ୍ତ ନାମକ ଜଣେ ମହିଳା ଘରେ ଥିବା ଅବସ୍ଥାରେ ବଜ୍ରାଘାତ ହୋଇଥିବାରୁ ଗୁରୁତର ହୋଇଛନ୍ତି। ତେବେ ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ