କେନ୍ଦୁଝରରେ ଦ୍ବିତୀୟ କୋରୋନା ପଜିଟିଭ ଚିହ୍ନଟ, ରାଜ୍ୟର ପଜିଟିଭ ସଂଖ୍ୟା 162କୁ ବୃଦ୍ଧି - corona updates
16:33 May 03
କେନ୍ଦୁଝରରେ ଦ୍ବିତୀୟ କୋରୋନା ପଜିଟିଭ ଚିହ୍ନଟ, ରାଜ୍ୟର ପଜିଟିଭ ସଂଖ୍ୟା 162କୁ ବୃଦ୍ଧି
13:59 May 03
କେନ୍ଦୁଝରରେ ଦ୍ବିତୀୟ କୋରୋନା ପଜିଟିଭ ଚିହ୍ନଟ, ରାଜ୍ୟର ପଜିଟିଭ ସଂଖ୍ୟା 162କୁ ବୃଦ୍ଧି
ଭୁବନେଶ୍ବର/କେନ୍ଦୁଝର: ଜିଲ୍ଲାରେ ଦ୍ବିତୀୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଆକ୍ରାନ୍ତ ଜଣକ ପଞ୍ଚୁଗୋଛିଆ ପଞ୍ଚାୟତ ଅନ୍ତର୍ଗତ ମୁଗୁପୁର ଗ୍ରାମର ଜଣେ ଯୁବକ ହୋଇଥିବା ବେଳେ ତାଙ୍କ ବୟସ ୩୦ ବର୍ଷ ବୋଲି ଜଣାପଡିଛି । ସେ ଜଣେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଗତ ଏକ ମାସ ଧରି ସଂକ୍ରମିତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳରେ ବୁଲୁଥିବାରୁ ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି । ସେହିପରି ଦ୍ବିତୀୟ କୋରୋନା ଆକ୍ରାନ୍ତଙ୍କ ପରିବାରର ତିନି ଜଣଙ୍କୁ କ୍ବାରେଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତରଣ କରାଯାଇଥିବା ନେଇ ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଦ୍ବିତୀୟ କୋରୋନା ଚିହ୍ନଟ ପରେ ସେହି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନରେ ଅନ୍ତର୍ଭୁକ୍ତ କରାଯିବା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ତେବେ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ।
ପ୍ରଥମ କୋରୋନା ପଜିଟିଭଙ୍କ ସଂସ୍ପର୍ଶରେ ଥିବା ୪୭୦ ଜଣ କଣ୍ଟାକ୍ଟ ଟ୍ରେସିଂ କରାଯାଇ ସ୍ବାବ ଟେଷ୍ଟ ପାଇଁ ପଠାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହା ସହ କେନ୍ଦୁଝରର ଜନ ସାଧାରଣଙ୍କୁ ଅଯଥାରେ ବାହାରେ ନ ବୁଲି ଘରେ ରହିବାକୁ ଜିଲାପାଳ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ, ଗତ ମାସ ୨୯ ତାରିଖରେ ଆନନ୍ଦପୁର ବ୍ଲକ ପଞ୍ଚୁପଲି ପଞ୍ଚାୟତରେ ଜିଲ୍ଲାର ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେ ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ