ଓଡିଶା

odisha

ETV Bharat / state

ଶୈଲଙ୍ଗ ଓଭରବ୍ରିଜରେ ଅଘଟଣ, ମାଟି ଅତଡା ଖସି ଶ୍ରମିକ ଗୁରୁତର

କେନ୍ଦୁଝର ଆନନ୍ଦପୁର ସ୍ଥିତ ଶୈଲଙ୍ଗ ଓଭରବ୍ରିଜ୍‌ ତଳେ କାମ କରୁଥିବା ସମୟରେ ମାଟି ଅତଡ଼ା ଖସି ଶ୍ରମିକ ଗୁରୁତର । ଅଧିକ ପଢନ୍ତୁ

ଶୈଲଙ୍ଗ ଓଭରବ୍ରିଜ ତଳେ କାମ ଚାଲୁଥିବା ସମୟରେ ମାଟି ଅତଡା ଖସି ଶ୍ରମିକ ଗୁରୁତର
ଶୈଲଙ୍ଗ ଓଭରବ୍ରିଜ ତଳେ କାମ ଚାଲୁଥିବା ସମୟରେ ମାଟି ଅତଡା ଖସି ଶ୍ରମିକ ଗୁରୁତର

By

Published : May 26, 2022, 12:53 PM IST

ଆନନ୍ଦପୁର:ଜିଲ୍ଲା ଶୈଲଙ୍ଗ ଓଭରବ୍ରିଜ୍‌ ତଳେ କାମକରୁ ଥିବାବେଳେ ମାଟି ଅତଡ଼ା ଖସି ଚାପିହୋଇ ଶ୍ରମିକ ଗୁରୁତର । କେନ୍ଦୁଝର ଜିଲ୍ଲା ଘସିପୁରା ତହସିଲ ଶୈଳଙ୍ଗ ଠାରୁ ଦେଓଗାଁ ରାସ୍ତା ଶୈଲଙ୍ଗ ଓଭରବ୍ରିଜ ନିକଟରେ ଏକ ଠିକା ସଂସ୍ଥା ପକ୍ଷରୁ ପାଣି ପାଇପ ପାଇଁ ଗାତରେ କାର୍ଯ୍ୟକରୁ ଥିବାବେଳେ ମାଟି ଅତଡା ଖସି ଏପରି ଏକ ଅଘଟଣ ଘଟିଛି ।

ତେବେ ଘଟଣାସ୍ଥଳରେ ୩ ଜଣ କାର୍ଯ୍ୟ କରୁଥିଲେ । ଏହିସମୟରେ ଜଣଙ୍କ ଉପରେ ମାଟି ଅତଡ଼ା ଖସି ପଡିଥିଲା । ଯାହାଫଳରେ ଜଣେ ଚାପିହୋଇ ରହିଥିଲେ । ଖବର ପାଇ ଘସିପୁରା ଅଗ୍ନିସମ ବାହିନୀ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଛନ୍ତି । ଗୁରୁତର ଶ୍ରମିକ ଜଣକ ପଶ୍ଚିମବଙ୍ଗର ବୋଲି ଜଣାପଡିଛି, ତାଙ୍କ ନାମ ଅସମଲ ହାସିମ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details