କେନ୍ଦୁଝର: ଘଟଗାଁ ଥାନା ଏନଏଚ-୨୦ ଢେଙ୍କି କୋଟ ନିକଟରେ ଦୁର୍ଘଟଣା । ଏକ ଅଟୋକୁ କାର ଧକ୍କା ଦେବା ଫଳରେ 30 ଫୁଟ ତଳକୁ ଖସିଲା ପଡିଲା ଅଟୋ । ଘଟଣାରେ ୧୩ ଜଣ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି ।
ତେବେ ଦୁର୍ଘଟଣାଗ୍ରସ୍ତ ଅଟୋରେ ୪ ଜଣ ଶିଶୁ ଥିବାବେଳେ ୪ ଜଣ ମହିଳା ମଧ୍ୟ ରହିଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । କାରରେ ଥିବା ଅନ୍ୟ 5 ଜଣ ଆହତ ହୋଇଥିବା ସୂଚନା ରହିଛି ।