ଓଡିଶା

odisha

ETV Bharat / state

ଡମ୍ପର ଧକ୍କାରେ ଘର ଉପରକୁ ଛିଟିକି ପଡି ବୃଦ୍ଧ ମୃତ

କେନ୍ଦୁଝର ଜିଲ୍ଲା ତୁରମୁଙ୍ଗା ଥାନା ଅନ୍ତର୍ଗତ ଝାରବେଡା ଛକରେ ଡମ୍ପର ଧକ୍କାରେ ଘର ଉପରକୁ ଛିଟିକି ପଡି ବୃଦ୍ଧ ମୃତ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

By

Published : Mar 4, 2020, 5:54 PM IST

truck-accident-in-keonjhar-old-man-death
ଡମ୍ଫର ଧକ୍କାରେ ବୃଦ୍ଧ ମୃତ

କେନ୍ଦୁଝର: ଡମ୍ପର ଧକ୍କାରେ ବୃଦ୍ଧ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରମୁଙ୍ଗା ଥାନା ଅନ୍ତର୍ଗତ ଝାରବେଡା ଛକରେ । ଡମ୍ପର ଧକ୍କାରେ ଘର ଉପରକୁ ଛିଟିକି ପଡି ବୃଦ୍ଧ ମୃତ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଡମ୍ଫର ଧକ୍କାରେ ବୃଦ୍ଧ ମୃତ

ସୂଚନା ଅନୁଯାୟୀ, ବେପରୁଆ ଭାବେ ଗାଡି ଚଳାଉଥିବା ଏକ ଟ୍ରକ ଡ୍ରାଇଭର ସାଇକେଲରେ ଆସୁଥିବା ବୃଦ୍ଧାଙ୍କୁ ଧକ୍କା ଦେଇଥିଲା l ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ବୃଦ୍ଧ ଜଣକ ରାସ୍ତା କଡ଼ରେ ଥିବା ଏକ ଚାଳ ଘର ଉପରକୁ ଛିଟିକି ପଡିଥିଲେ । ଏହା ପରେ ଟ୍ରକଟି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା l ଦୀର୍ଘ 15 କିଲୋମିଟର ପର୍ଯ୍ୟନ୍ତ ଗୋଡାଇଲା ପରେ ଲୋକେ ଡ୍ରାଇଭରକୁ କାବୁ କରିଥିଲେ ଏବଂ ପୋଲିସକୁ ଜିମା ଦେଇଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବୃଦ୍ଧଙ୍କ ମୃତଦେହକୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସ୍ଥାନୀୟ ପୋଲିସର ଅଣଦେଖା ଯୋଗୁଁ ଦୁର୍ଘଟଣା ବଢୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରି ଜାତୀୟ ରାଜପଥ ଅବରୋଧ କରିଥିଲେ l

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details