କେନ୍ଦୁଝର: ଖଣିରୁ ଲୋଡିଂ ସାରି ଫେରୁଥିବା ବେଳେ ପାହାଡରୁ ଖସିଲା ଟ୍ରକ । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଶୁଆକାଠି ସ୍ଥିତ ଗନ୍ଧମାର୍ଦ୍ଦନ ପାହାଡରେ ଘଟିଛି ଏହି ଅଘଟଣ ।
ଗନ୍ଧମାର୍ଦ୍ଦନ ପାହାଡରୁ ଖସିଲା ଟ୍ରକ, ଚାଳକ ମୃତ - ଗନ୍ଧମାର୍ଦ୍ଦନ ପାହାଡ
କେନ୍ଦୁଝର ଜିଲ୍ଲା ଶୁଆକାଠି ସ୍ଥିତ ଗନ୍ଧମାର୍ଦ୍ଦନ ଖଣିରୁ ଲୋଡିଂ ସାରି ଫେରୁଥିବା ସମୟରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଟ୍ରକ ଚାଳକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
ମୃତକ ହେଲେ ସଦର ଥାନା ଖୁଣ୍ଟପଡା ଗାଁର ସାଗର ଦେହୁରୀ । ସେ ଗନ୍ଧମାର୍ଦ୍ଦନ ଖଣିରୁ ଲୋଡିଂ ସାରି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଟ୍ରକଟି ପାହାଡ ତଳକୁ ଖସି ପଡିଥିଲା । ଅନ୍ୟପଟେ ଖବର ପାଇ କେନ୍ଦୁଝର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ