ଆନନ୍ଦପୁର:ଜିଲ୍ଲା ଘସିପୁରା ଥାନା ୨୦ନଂ ଜାତୀୟ ରାଜପଥ ଭାଲୁକୁମା ଠାରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା କାର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି ।
ଭାରସାମ୍ୟ ହରାଇ ଓଲଟିଲା କାର: ଜଣେ ମୃତ, 2 ଗୁରୁତର - one died and two injured
କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ୨୦ନଂ ଜାତୀୟ ରାଜପଥ ଭାଲୁକୁମା ଠାରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା କାର । ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା କାର
ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା କାର
ସୂଚନାଅନୁସାରେ,କେନ୍ଦୁଝରରୁ ଯାଜପୁର ନିଜ ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ କାରଟି ରାସ୍ତା କଡରେ ଥିବା ଡିଭାଡ଼ରକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ କାରରେ ଥିବା ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକ ଜଣକ ହେଲେ ଯାଜପୁର ଟାଉନ ନିମକୋଲିପୁର ଗ୍ରାମର ଶଶିକଳା ପଣ୍ଡା ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ,ଇଟିଭି ଭାରତ