ଆନନ୍ଦପୁର: ଓଡିଶାରେ ପୁଣି ଜଣେ କୋରୋନା ସନ୍ଦିଗ୍ଧ ଚିହ୍ନଟ ନେଇ ସନ୍ଦେହ କରାଯାଉଛି । ଆନନ୍ଦପୁର ଥାନା ବାଉଁଶଗଡ ଗାଁର ହୃଷିକେଶ ପାତ୍ର କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି।
ଆନନ୍ଦପୁରରେ କୋରୋନା ସନ୍ଦିଗ୍ଧ ଚିହ୍ନଟ ! ସୂଚନା ଅନୁଯାୟୀ, ହୃଷିକେଶ କେନ୍ଦୁଝର ବାମେଵାରୀ ଜଙ୍ଗଲ ବିଭାଗରେ ଫରେଷ୍ଟ ଗାର୍ଡ ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ଫେବୃଆରୀ ୨୯ ତାରିଖରେ ଜଙ୍ଗଲ ବିଭାଗର ସର୍ବଭାରତୀୟ ବନ କ୍ରୀଡା ଅନୁଷ୍ଠିତ ହେଉଥିବା ବେଳେ ହୃଷିକେଶଙ୍କୁ ବିମାନ ବନ୍ଦରରେ ପ୍ରୋଟକଲ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା।
ତେବେ କିଛିଦିନ ହେବ ତାଙ୍କୁ ଜ୍ବର ଥଣ୍ଡା ଲାଗିରହିଥିବା ବେଳେ ଗତ ୭ ତାରିଖ ଦିନ ସେ ବାମେଵାରୀ ଠାରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ପରବର୍ତ୍ତୀ ସମୟରେ ଥଣ୍ଡା ଜ୍ବର ନକମିବାରୁ ଗତ ଶନିବାର ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ ।
ତେବେ ରବିବାର ସ୍ଥାନୀୟ ଲୋକ ଏବଂ ଜିଲ୍ଲା ପ୍ରଶାସନର ପରାମର୍ଶ ଅନୁଯାୟୀ କୋରୋନା ହୋଇଥିବା ସନ୍ଦେହ କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ଦାୟିତ୍ବରେ ଥିବା ଶିଶୁ ବିଶେଷଜ୍ଞ କୃଷ୍ଣ ଚନ୍ଦ୍ର ଦାଶଙ୍କୁ ସେ ଦେଖା କରିଥିଲେ। ଯେହେତୁ ଆନନ୍ଦପୁର ଚିକିତ୍ସାଳୟରେ କରୋନା ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ଏଯାବତ କରାଯାଇ ନାହିଁ ତେଣୁ ତାଙ୍କୁ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ