କେନ୍ଦୁଝର: ପୁଣି ହାତୀ ଶାବକର ମୃତ୍ୟୁ କାରଣ ଅସ୍ପଷ୍ଟ । କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଭୁଆଁ ଜୁଆଙ୍ଗ ପିଢ ରେଞ୍ଜ ଅଞ୍ଚଳରେ ଏକ ହାତୀ ଶାବକ ମୃତ୍ୟୁ ହୋଇଛି ।
କେନ୍ଦୁଝର ଜିଲ୍ଲାର ଭୁଆଁ ଜୁଆଙ୍ଗ ପିଢ଼ ରେଞ୍ଜ ଅଞ୍ଚଳରେ ତରମାକାନ୍ତ ନିକଟସ୍ଥ ଚାହା ବଗିଚା ନିକଟରେରେ ଏକ ହାତୀ ର ମୃତଦେହ ପଡ଼ିଥିବା ବୁଧବାର ସକାଳୁ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏନେଇ ବନବିଭାଗ ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇ ହାତୀ ଶାବକର ମୃତ୍ୟୁଦେହକୁ ଦେଖିବା ସହ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତାର ତଦନ୍ତ ଆରମ୍ଭ କରିଛନ୍ତି ।