ଆନନ୍ଦପୁର: ତାମିଲନାଡୁରେ ଚୋରି, କେନ୍ଦୁଝରରେ ଗିରଫ । ତାମିଲନାଡୁରେ ଜଣଙ୍କ ଘରୁ ଚୋରି କରି ଓଡିଶା ପଳାଇ ଆସିଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଦ୍ବୟ ଘଷିପୁରା ଥାନା ଦରଡିପାଳ ଗ୍ରାମର ଗୌରାଙ୍ଗ ଜେନା ଓ ଶିବା ନାୟକ ବୋଲି ଜଣାପଡିଛନ୍ତି । ତେବେ ପୋଲିସ ଗୌରଙ୍ଗଙ୍କୁ ଗିରଫ କରିଥିବାବେଳେ ଶିବା ଫେରାର ହୋଇଯାଇଛି ।
ସୂଚନା ଅନୁଯାୟୀ, ଗୌରାଙ୍ଗ ଓ ଶିବା ତାମିଲନାଡୁର ତିରୁଭନମିୟୁର ଥାନା ଅଞ୍ଚଳର ଲିୟାକତ ଅଲ୍ଲୀଙ୍କ ଘରେ ଘରୋଇ ସହାୟକ ଭାବେ କାମ କରୁଥିଲେ । ପରେ ଦୁହେଁ ସୁଯୋଗ ଦେଖି ଲିୟାକତଙ୍କ ଘରୁ ଟଙ୍କା, ସୁନା ଓ ବିଦେଶୀ ମୁଦ୍ରା ଚୋରି କରି ଫେରାର ହୋଇଯାଇଥିଲେ । ଏ ସମ୍ପର୍କରେ ଲିୟାକତ ଅଲ୍ଲୀ ଗତ ଅଗଷ୍ଟ 14ତାରିଖରେ ଥାନାରେ ଅଭିଯୋଗ କରିଥିଲେ ।