ଓଡିଶା

odisha

ETV Bharat / state

ସମ୍ପତ୍ତି ଭାଗବଣ୍ଟାକୁ ନେଇ କଳହ: ପୁଅ ମାଡରେ ବାପା ଗୁରୁତର, ମା' ଆହତ - ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ବୈଠାଜଳା ଗାଁ

ସମ୍ପତ୍ତି ଭାଗବଣ୍ଟାକୁ ନେଇ ପାରିବାରିକ କଳହ । ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ବୈଠାଜଳା ଗାଁ ରେ ସମ୍ପତ୍ତିକୁ ନେଇ ପୁଅ ମାଡରେ ବାପା ଗୁରୁତର ହେବା ସହିତ ମା' ଆହତ ହୋଇଛନ୍ତି ।

ସମ୍ପତ୍ତି ଭାଗବଣ୍ଟାକୁ ନେଇ କଳହ:  ପୁଅ ମାଡରେ ବାପା ଗୁରୁତର, ମା' ଆହତ
ସମ୍ପତ୍ତି ଭାଗବଣ୍ଟାକୁ ନେଇ କଳହ: ପୁଅ ମାଡରେ ବାପା ଗୁରୁତର, ମା' ଆହତ

By

Published : Jun 25, 2020, 11:52 AM IST

ଆନନ୍ଦପୁର: ସମ୍ପତ୍ତି ଭାଗବଣ୍ଟାକୁ ନେଇ ପାରିବାରିକ କଳହ । ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ବୈଠାଜଳା ଗାଁରେ ସମ୍ପତ୍ତିକୁ ନେଇ ପୁଅ ମାଡରେ ବାପା ଗୁରୁତର ହେବା ସହିତ ମା' ଆହତ ହୋଇଛନ୍ତି ।

ସମ୍ପତ୍ତି ଭାଗବଣ୍ଟାକୁ ନେଇ କଳହ: ପୁଅ ମାଡରେ ବାପା ଗୁରୁତର, ମା' ଆହତ

ସୂଚନାନୁଯାୟୀ, ରାମ ଟୁଡୁ ଓ ଲକ୍ଷ୍ମୀ ଟୁଡୁଙ୍କ ପୁଅ ତାଙ୍କ ଠାରୁ ଅଲଗା ହେବାକୁ ଇଚ୍ଛା ପ୍ରକାଶ କରିଥିବାବେଳେ ଦୁଇଜଣ ଭଉଣୀଙ୍କ ବାହାଘର ହୋଇ ନଥିବାରୁ ବାପା ମା' ପୁଅକୁ ଅଲଗା ହେବାକୁ ମନା କରିଥିଲେ। ଏଇ କଥାକୁ ନେଇ ପୁଅ ଉତକ୍ଷିପ୍ତ ହୋଇ ଠେଙ୍ଗା ସାହାଯ୍ୟରେ ବାପାକୁ ଆକ୍ରମଣ କରିଥିଲା । ମା' ଲକ୍ଷ୍ମୀ ଏଥିରେ ବାଧା ଦେବାରୁ ପୁଅ ରୋଷର ଶିକାର ହୋଇ ମା' ଉପରେ ମଧ୍ୟ ଠେଙ୍ଗା ପ୍ରହାର ବସିଥିଲା।

ଏହି ଘଟଣାରେ ବାପା, ମା' ଦୁଇ ଜଣ ଯାକ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details